ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ବିୟୋଗରେ ବରିଷ୍ଠ ନାଗରିକ ମଞ୍ଚର ଶୋକ

ବାଲେଶ୍ୱର, (ସରୋଜ ପଣ୍ଡା) :ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ଏକ ଜରୁରୀ ବୈଠକରେ ମଞ୍ଚର ସଦସ୍ୟ ତଥା ନଗ୍ରମ ଅଞ୍ଚଳର ଜଣାଶୁଣା ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଶୋକପ୍ରକାଶ କରାଯାଇଛି । ବୈଠକରେ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇଛି । ସ୍ୱର୍ଗତ ମହାନ୍ତି ବାଲେଶ୍ୱର କଚେରୀରେ ମୋହରୀର କାର୍ଯ୍ୟ କରିବା ସହ ବହୁ ସାମାଜିକ ସଂଗଠନରେ ସକ୍ରିୟ ସଦସ୍ୟ ଥିଲେ । କମ କଥା କହିବା ସାଙ୍ଗକୁ ଧୈର୍ଯ୍ୟର ସହ ଅନ୍ୟର କଥା ଶୁଣିବା ତାଙ୍କର ଏକ ମହତଗୁଣ ଥିଲା । ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ ବୋଲି ବୈଠକରେ ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏହି ବୈଠକରେ ମଞ୍ଚର ଉପ-ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରାଙ୍କ ସମେତ ସୀତାରାମ ପ୍ରଧାନ, ଦାମୋଦର ନାୟକ, ଗୌରାଙ୍ଗ ପାଣିଗ୍ରାହୀ ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ ସ୍ୱର୍ଗତ ମହାନ୍ତିଙ୍କର ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ