ଉଦ୍ଘାଟନ ପୂର୍ବରୁ ଦବିଲା  ପୋଲ; ମାଟି ପକାଇ ଦୋଷ ଲୁଚାଇବାକୁ ପ୍ରୟାସ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ଆମ୍ବପୁଆ ଠାରେ ବୋଡ଼ା ନଦୀ ଉପରେ ଥିବା ବ୍ରିଟିଶ୍ ଅମଳର ପୁରୁଣା ପୋଲଟି 2016 ମସିହାରେ ଦବି ଯାଇଥିଲା I ଏହାକୁ ନୂତନ ଭାବେ ନିର୍ମାଣ କରିବା ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ 16 କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଥିଲେ I ଏହି କାର୍ଯ୍ୟକୁ ବଜରଙ୍ଗୀ କନଷ୍ଟ୍ରକସନ୍ ଟେଣ୍ଡର୍ ମାଧ୍ୟମରେ ପାଇଥିଲା I ଏହାର ସମୟ ଅବଧୂ ତିନି ବର୍ଷ ଥିବାବେଳେ କାମ କୁ ଧିମେଇ ଧିମେଇ ନିର୍ମାଣ କରିବା ଏବଂ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତୁରା ହୋଇ କାମକୁ ନିମ୍ନ ମାନର କରାଯାଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା I ଏହା ସହିତ ପ୍ରତିବର୍ଷ ଦୁଇଥର ଲେଖାଏଁ ଡ଼ାଇଭର୍ସନ ପୋଲ ନିର୍ମାଣ ନାମରେ ଲକ୍ଷାଧିକ ଟଙ୍କା ହେରଫେର ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା I 2016 ରୁ 2019 ମଧ୍ୟରେ ସରିବା ପାଇଁ ସମୟ ସୀମା ଥିବା ବେଳେ ବର୍ତ୍ତମାନ 2022 ପର୍ଯ୍ୟନ୍ତ ଏହି କାର୍ଯ୍ୟ ସରିନି I ଗତ ଚାରି ଦିନର ଲଗାଣ ବର୍ଷାରେ ନୂତନ ଭାବେ ନିର୍ମାଣ ହେଉଥିବା ପୋଲ ଆମ୍ବପୁଆ ପଟକୁ ପ୍ରାୟ ଦୁଇ ଫୁଟ ଦବି ଯାଇଛି I ବୋଡା ନଦୀରେ ପାଣି ଆସିବା ଯୋଗୁଁ ଡ଼ାଇଭର୍ସନ ପୋଲଟି ମଧ୍ୟ ବୁଧବାର ଦିନ ଧୋଇ ହୋଇ ଯାଇଥିଲା I ତେଣୁ ଏହି ନୂତନ ପୋଲ ରାସ୍ତା ଦେଇ ଗାଡ଼ି ମଟର ଯିବା ଆସିବା କରୁଥିଲା I ହଠାତ୍ ରାତ୍ରି 10 ଟାରୁ 11 ଟା ମଧ୍ୟରେ ପୋଲଟି ଦୁଇ ଫୁଟରୁ ଅଧିକ ଦବି ଯିବାରୁ ଗାଡି ଯିବା ଆସିବା ଠପ୍ ହୋଇଯାଇଥିଲା I ସଙ୍ଗେ ସଙ୍ଗେ ଖବର ପାଇ କନଷ୍ଟ୍ରକସନ୍ ସଂସ୍ଥା ଏକ ଡଷ୍ଟ ଗାଡ଼ି ଆଣି ଏହାକୁ ଲୁଚାଇବା ପାଇଁ ଚେଷ୍ଟା କରିଥିଲେ I ଆଜି ସକାଳେ ଏହା ଜଣା ପଡିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି I କାମ ନିମ୍ନ ମାନର ହୋଇଥିବା ବେଳେ ଏହାକୁ କେହି ଦୃଷ୍ଟି ଦେଉନଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି I ତିନି ବର୍ଷ ସ୍ଥାନରେ ପାଞ୍ଚ ବର୍ଷ ପୁରି ଯାଇଥିଲେ ମଧ୍ୟ କନଷ୍ଟ୍ରକସନ୍ ସଂସ୍ଥା କାର୍ଯ୍ୟ ସାରି ସରକାରଙ୍କୁ ହସ୍ତାନ୍ତର କରିପାରିନାହିଁ I କାମ ନିମ୍ନ ମାନର ହୋଇଥିବାରୁ ବର୍ତ୍ତମାନ ପୋଲଟି ଆମ୍ବପୁଆ ପଟକୁ ଦବି ଯାଇଥିବା ବେଳେ ବେଲଗୁଣ୍ଠା ପଟକୁ ମଧ୍ୟ ସେହି ଅବସ୍ଥା ହେବାକୁ ଯାଉଛି I ଏହାର ପାର୍ଶ୍ୱରେ ଦିଆଯାଇଥିବା ପଥର ପ୍ୟାକିଂ ରୁ ମଧ୍ୟ ପଥର ଖସି ପଡିଛି I ପୋଲଟିଏ ହେଲେ ଏହାର ଉଭୟ ପାର୍ଶ୍ଵରେ ମାଟି କୁ ଜାବୁଡି ରଖିବା ପାଇଁ ଗଛ ଲଗାଇବା ନିୟମ୍ ରହିଛି I କିନ୍ତୁ ଏଠାରେ ସମସ୍ତ ମାର୍ଗଦର୍ଶିକାକୁ ଅଣଦେଖା କରାଯାଇ କୌଣସୀ ଗଛ ଲଗାଇବା ବ୍ୟବସ୍ଥା କରାଯାଇନି I ଆଜି ଏନେଇ ଆସିକା ରାସ୍ତାଘାଟ କୋଠାବାଡ଼ି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ହରିହର ଦାଶଙ୍କୁ ଯୋଗାଯୋଗ କରିବାରୁ ସେ ଏହି ବିଷୟରେ ଅବଗତ ଥିବା ପ୍ରକାଶ କରିଥିଲେ I ଏହା ସହ ସେ ସଫେଇ ଦେଇଥିଲେ ଯେ ବର୍ଷା ଦିନେ ପିଚୁ ପକାଇବା ପାଇଁ ସେ ମନା କରୁ୍ଥିବା ବେଳେ କନଷ୍ଟ୍ରକସନ୍ ସଂସ୍ଥା ତାଙ୍କ କଥା ନମାନି ମନ ଇଛା କାମ କରିବା ଯୋଗୁଁ ଏହିଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ପ୍ରକାଶ କରିଛନ୍ତି I ତେଣୁ ସଂସ୍ଥା ର ଏହି ବ୍ୟୟ ଦିଆ ଯିବନି I ସଂସ୍ଥା ଏହି କାର୍ଯ୍ୟକୁ ପୁଣି ଥରେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି I ଏଥିରେ ଜାଲିଆତି ହୋଇଥିବା ଏବଂ ଦୁର୍ନିତୀ ହୋଇଥିବା ଯୋଗୁଁ ତୁରନ୍ତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I ସବୁଠାରୁ ବିଡମ୍ବନାର ବିଷୟ ହେଉଛି ଯେ ନିର୍ମାଣାଧୀନ ସ୍ଥାନ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଆସୁଥିବା ଏବଂ ଏଠାରୁ ମାତ୍ର ଏକ କିଲୋମିଟର୍ ଦୂରତା ମଧ୍ୟରେ ବେଲଗୁଣ୍ଠା ଏନଏସିର ରାସ୍ତାଘାଟ ଏବଂ କୋଠାବାଡ଼ି ବିଭାଗୀୟ ଯନ୍ତ୍ରୀ ରହୁଥିବା ବେଳେ ଏଠାରୁ 40 କିମି ଦୂରରେ ଥିବା ଆସିକା ଏନଏସିର ରାସ୍ତାଘାଟ ଏବଂ କୋଠାବାଡ଼ି ବିଭାଗୀୟ ଯନ୍ତ୍ରୀଙ୍କୁ ପୋଲର ତଦାରଖ ଦାୟିତ୍ୱ ଦିଆଯାଇଛି I ଯାହାକି ଦୁର୍ନୀତି ପାଇଁ ରାସ୍ତା ତିଆରି କରିଛି ବୋଲି ଅଞ୍ଚଳବାସୀ କହିଛନ୍ତି I ଆସିକାରୁ ସମ୍ପୃକ୍ତ ଯନ୍ତ୍ରୀ ଏଠାକୁ ଆସି ରଦାରଖ କରିବା ସମ୍ଭବ ହେଉନଥିବାରୁ ଠିକା ସଂସ୍ଥା ମନଇଚ୍ଛା କାମ କରୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି I ଫଳରେ ଜାଣିଶୁଣି କନଷ୍ଟ୍ରକସନ୍ ସଂସ୍ଥାକୁ ଦୁର୍ନିତୀ କରିବା ପାଇଁ ଭଞ୍ଜନଗର ରାସ୍ତାଘାଟ ଓ କୋଠା ବାଡି ବିଭାଗୀୟ ନିର୍ବାହୀଯନ୍ତ୍ରୀ ପ୍ରଶ୍ରୟ ଦେଇଥିବା ସ୍ୱଷ୍ଟ ଭାବେ ବାରି ହେଉଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ