ଉଦ୍ଧାରପ୍ରାପ୍ତ ସାବାଳିକାଙ୍କୁ ପ୍ରଶିକ୍ଷଣ ପାଇଁ ସହାୟତା ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ଘଟଣାରେ ଉଦ୍ଧାର ହୋଇ ଗରାପୁରସ୍ଥିତ ରେସୱା ସ୍ୱାଧାର ଗୃହରେ ଥିବା ୮ଜଣ ସାବାଳିକାଙ୍କୁ ବିଭିନ୍ନ ଦକ୍ଷତା ବିକାଶ ତାଲିମ ଗ୍ରହଣ କରିବା ପାଇଁ ଆବଶ୍ୟକ କୋର୍ସ ଫି ବାବଦ ଅର୍ଥ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି । ଟାଉନହଲ ପରିସରରେ ଅନୁଷ୍ଠିତ ମେଗା ଆଇନସେବା ସଚେତନତା ଶିବିରରେ ଖୋଲିଥିବା ମହିଳା ଓ ଶିଶୁ ବିକାଶ ବିଭାଗର ଷ୍ଟଲ ପରିସରରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ ଏହି ସାବାଳିକାମାନଙ୍କୁ କୋର୍ସ ଫି ପ୍ରଦାନ କରିଥିଲେ । ଏହି ସାବାଳିକାମାନେ କେନ୍ଦ୍ରାପଡା ଜନଶିକ୍ଷଣ ସଂସ୍ଥାନରେ ତାଲିମ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ସମନ୍ୱିତ ଶିଶୁ ବିକାଶ ଅଧିକାରୀ କବିତା ନାୟକ, ଜିଲ୍ଲା ସମାଜ କଲ୍ୟାଣ ବିଭାଗର ପ୍ରୋଗ୍ରାମ ଅଫିସର ସଂଯୁକ୍ତା ମିଶ୍ର, ମମତାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମନୋରଞ୍ଜନ ଦାସ, ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ସଂଯୋଜିକା ଆକ୍ସନଏଡ ଓ ୟୁନିସେଫର ଅମିତା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ