ଉଦ୍ୟମ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଅସହାୟ ପରିବାରକୁ ସହାୟତା ପ୍ରଦାନ
କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ) : ଉଦ୍ୟମ ସ୍ୱେଛାସେବୀ ସଂଗଠନ ପକ୍ଷରୁ କରୋନା ମହାମାରୀ ସମୟରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରୀବ ଅସହାୟ ପରିବାର ଗୁଡିକୁ ସହାୟତା ଯୋଗାଇ ଦିଆଯାଇଛି । ସଂଗଠନର ସଭାପତି ବିଶ୍ୱକାନ୍ତ ବିଶ୍ୱାଳ, ସମ୍ପାଦକ ପ୍ରଶାନ୍ତ ଆଚାର୍ଯ୍ୟ, କୃପାସିନ୍ଧୁ ମଲ୍ଲିକ, ରାଜେନ୍ଦ୍ର ମହାପାତ୍ର, ବିଭୂଦତ୍ତ ମଲ୍ଲିକ, ବିଭୁତିଭୂଷଣ ସାହୁ, ଦୀପକ ମଲ୍ଲିକ, ସରୋଜକାନ୍ତ ସାହୁ ପ୍ରମୁଖ ସଂଗଠନର ସଦସ୍ୟମାନେ ଯୋଗଦେଇ ଅସହାୟ ପରିବାର ଗୁଡିକୁ ସପ, ପ୍ଲାଷ୍ଟିକ ବାଲତି, ମଗ, ଷ୍ଟିଲ ଥାଳି, ଗ୍ଲାସ, ଗିନା ପ୍ରଭୃତି ପ୍ରଦାନ କରିଥିଲେ ।


