ଉଦ୍‌ଯାପିତ ହେଲା ଗାନ୍ଧି ୧୫୦ତମ ଜନ୍ମ ଶତବାର୍ଷିକି

ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ମୁଖ୍ୟାଳୟ ପରିସରରେ ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନ ଓ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ଉତ୍ତରାଧିକାରୀ ସଂଗଠନର ମିଳିତ ଉଦ୍ୟମରେ ତା୧୧ା୨ା୨୦୨୦ ରିଖ ଠାରୁ ପାଳିତ ହୋଇଥିବା ଗାନ୍ଧି ୧୫୦ତମ ଜନ୍ମ ଶତବାର୍ଷିକି ସମାରୋହ ତା୧୩ା୦୨ା୨୦୨୦ରିଖ ଦିନ ଉଦ୍‌ଯାପିତ ହୋଇଯାଇଛି । ଗାନ୍ଧିଜୀଙ୍କର ପ୍ରିୟ ଭଜନ ରାମଧୁନ୍ ଓ ପ୍ରଭାତଫେରି ପରେ ଆରମ୍ଭ ହୋଇଥିଲା ଅନ୍ତିମ କାର୍ଯ୍ୟକ୍ରମ । ସମ୍ମିଳନୀର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ପୂର୍ବତନ ମନ୍ତ୍ରୀ ତଥା ବଡଚଣା ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ, ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ଦାୟାଦ ସଂଗଠନର ଅଧ୍ୟକ୍ଷ ତଥା ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନର ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିବା ଆଲୋଚନା ଚକ୍ରରେ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ ବରୀର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗଗନ ଦେବ, ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପସଭାପତି ଶ୍ରୀ ସୀତାବଲ୍ଲଭ ମହାପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ବିଜୟ କୁମାର ତ୍ରିପାଠୀ, ସମ୍ପାଦକ ଶିବ ନାରାୟଣ ମିଶ୍ର, ସହସମ୍ପାଦକ ଋଷଭ ଘୋଷ ଏବଂ କୋଷାଧ୍ୟକ୍ଷ ଶ୍ରୀ ଅରୁଣ ଜେନାଙ୍କ ସମେତ ସଦସ୍ୟ ମନିନ୍ଦ୍ର ସାମଲ, ବସନ୍ତ କୁମାର ଦାଶ, ରାମଚନ୍ଦ୍ର ସାହୁ, ବୈକୁଣ୍ଠ ମହାପାତ୍ର, ଅମ୍ବିକା ପ୍ରସାଦ ମହାନ୍ତି ଉପସ୍ଥିତ ଥିଲେ ।  ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶତପଥୀ ଗାନ୍ଧି ଫଟୋ ପ୍ରଦର୍ଶନୀକୁ ବୁଲି ଦେଖିବା ପରେ ଏଭଳି ଏକ ସମ୍ମିଳନୀର ଆୟୋଜନ ପାଇଁ ଅଧ୍ୟକ୍ଷ ଡଃ ମିଶ୍ରଙ୍କର ପ୍ରୟାସକୁ ଉଚ୍ଚପ୍ରଶସାଂ କରିଥିଲେ । ଏହି ସମ୍ମିଳନୀ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଅବଦାନକୁ ସେମାନଙ୍କ ଦାୟାଦମାନଙ୍କ ଅନ୍ତରରେ ଉଜ୍ଜୀବିତ କରି ସମାଜସେବାରେ ନିଜକୁ ନିୟୋଜିତ କରିବାରେ ସାମର୍ଥ୍ୟ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏଭଳି ଏକ ସଂଗଠନର କାର୍ଯ୍ୟକ୍ରମ ଦ୍ୱାରା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ଦାୟାଦମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ ରାଜ୍ୟ ସରକାରଙ୍କ ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଆଶାବ୍ୟକ୍ତ କରିଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନଙ୍କୁ ଅଧ୍ୟକ୍ଷ ଡଃ. ମିଶ୍ର ପ୍ରମାଣପତ୍ର ସହ ଫଳକ ପ୍ରଦାନ କରିଥିଲେ । ସ୍କାଉଟ ଗାଇଡ୍ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ବିଭିନ୍ନ କଲେଜରୁ ଆସିଥିବା ରୋଭର ଓ ରେଞ୍ଜରମାନେ ଉକ୍ତ ସମ୍ମିଳନୀକୁ ସଫଳ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ