ଉପଯୁକ୍ତ ପ୍ରାର୍ଥୀ ମିଳିଲେ ଇଣ୍ଡିଆନ ସିଟିଜେନସ୍ ପାର୍ଟି ଝାରସୁଗୁଡ଼ାରେ ପ୍ରତଦ୍ୱନ୍ଦିତା କରିବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଇଣ୍ଡିଆନ ସିଟିଜେନସ୍ ପାର୍ଟି ରାଜ୍ୟ କମିଟିର ଏକ ଜରୁରୀ ବୈଠକ ସଭାପତି ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଝାରସୁଗୁଡ଼ା ଉପନିର୍ବାଚନ ସମ୍ବନ୍ଧରେ ଆଲୋଚନା କରାଯାଇଛି । ଉପଯୁକ୍ତ ପ୍ରାର୍ଥୀ କିମ୍ବା ପ୍ରାର୍ଥୀନୀ ମିିଳିଲେ ଇଣ୍ଡିଆନ ସିଟିଜେନସ୍ ପାର୍ଟି ଝାରସୁୁଗୁଡ଼ାରେ ପ୍ରତିଦ୍ୱନ୍ଦିତା କରିବା ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରାର୍ଥୀ କିମ୍ବା ପ୍ରାର୍ôଥନୀ ହେବାକୁ ଆଗ୍ରହୀ ନେତୃମଣ୍ଡଳୀ ହ୍ୱାଟସ୍ଆପ ନମ୍ବର ୯୪୩୮୫୬୫୦୪୩ ଏବଂ ମୋବାଇଲ ନମ୍ବର ୯୪୩୮୮୪୩୬୧୨ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ମଲ୍ଲିକ ଏବଂ କୋଷାଧ୍ୟକ୍ଷ ସନାତନ ଗ୍ରହାଚାର୍ଯ୍ୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


