ସହିଦ ରଘୁ-ଦିବାକରଙ୍କ ଆତ୍ମବଳିଦାନ ଅବିସ୍ମରଣୀୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ସହିଦ ରଘୁ-ଦିବାକର, ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ଜୟ ଓଡିଶା ପକ୍ଷରୁ ରଣପୁର ପ୍ରଜା ଆନ୍ଦୋଳନର ନେତୃତ୍ୱ ନେଇ ସହୀଦ ହୋଇଥିବା ଯୁବ ବିପ୍ଲବି କବି ତଥା ଦେଶ ମାତୃକାର ସୁଯୋଗ୍ୟ ସନ୍ତାନ ସହିଦ ରଘୁନାଥ ମହାନ୍ତି ଓ ଦିବାକର ପରିଡାଙ୍କର ୮୨ତମ ବଳିଦାନ ଦିବସ ସ୍ଥାନୀୟ ୟୁନିଟ-୯ସ୍ଥିତ ପ୍ରତିମୂର୍ତି ସ୍ଥଳରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରଫେସର ବାମନ ପରିଡା,ସମ୍ମାନିତ ଅତିଥି ଭାବେ ସାହିତ୍ୟିକା ଅନୁବାଦିକା ଜୟଶ୍ରୀ ଦାସ,ସରକାରଙ୍କ ଅନୁସଚିବ ଲକ୍ଷ୍ମୀଧର ବେହେରା,ପ୍ରବୀର ମହାନ୍ତି ଉପସ୍ଥିତ ରହିବା ସହିତ ସହିଦଙ୍କ ଦେଶ ପ୍ରେମର ପଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିବା ସହିତ ତତ୍କାଳୀନ ରାଜାଙ୍କ ଅନ୍ୟାୟ ଅତ୍ୟାଚାର ବିରୋଧରେ ପ୍ରଜାଙ୍କୁ ସ୍ୱାଧୀନତା ଦେବାପାଇଁ ତାଙ୍କ ପ୍ରୟାସ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିବା ସହିତ ଆଜିର ଯୁବପିଢ଼ି ମହାପୁରୁଷ ଓ ସହିଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସ୍ମୃତି ସଂସଦର ସାଧାରଣ ସଂପାଦକ ବ୍ରଜବନ୍ଧୁ ପରିଡା ଓ ପୂଜ୍ୟ ପୂଜା ସଂସ୍ମୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସଭାପତିତ୍ୱ ଓ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସମାଜସେବୀ ଚିତରଂଜନ ଖୁଂଟିଆଙ୍କୁ ସହିଦ ରଘୁ-ଦିବାକର ସ୍ମୃତିସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳ ସିଂ,ନରେନ ସାହୁ,ନାରାୟଣ ଖୁଂଟିଆ,ନବକିଶୋର ପ୍ରଧାନ,ସୁରେନ୍ଦ୍ର ସାହୁ,ଅଭୟ ବଡଜେନା,ଗିିରିଜା ମହାପାତ୍ର ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସଂଯୋଜକ ବାପୁ ଓଝା ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


