ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକ ମୁନିଷିପେଣ୍ଠ ଗ୍ରାମ ଋଷିକୁଲ୍ୟା ନଦୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ ବୃଦ୍ଧା ଜଣକ ଧନୀ ନାୟକ(୭୫) ବୋଲି ଜଣାପଡିଛି । ଆଜି ଗ୍ରାମର କୋଳିସାହି ତୁଠରେ ଗାଧେଇବା ପାଇଁ ଧନୀ ଯାଇଥିବା ବେଳେ ହଠାତ୍ ନଦୀରେ ଜୁଆର ପାଣି ଆସିଥିଲା । ଫଳରେ ଧନୀ ଜୁଆର ପାଣିରେ ଭାସି ବୁଡି ଯାଇଥିଲେ । ସୂଚନା ପାଇ ଦମକଳ ବାହିନୀ କର୍ମଚାରୀ ଗ୍ରାମରେ ପହଞ୍ଚି ମୃ ବୃଦ୍ଧାକୁ ଉଦ୍ଧାର କରିଥିଲେ । ପରେ ଶବକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା । ବିଜେଡି ବ୍ଲକ ସଭାପତି ପ୍ରବାସୀ ପ୍ରଧାନ ଓ ସରପଞ୍ଚ ନିରଞ୍ଜନ ପ୍ରଧାନ ପୁଲିସ ଓ ତହସିଲଦାରଙ୍କୁ ସୂଚନା ଦେଇଥିଲେ । ରାଜସ୍ୱ ନୀରିକ୍ଷକ ଓ ପୁଲିସ ପହଞ୍ଚି ଘଟଣା ତଦନ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ