ଋଷିକୂଲ୍ୟା ଟି-୨୦ କ୍ରିକେଟ;ଚାଟୁଳାକୁ ହରାଇ ଆସିକା ପାନାସୋନିକ ବିଜୟୀ
ସୋରଡା,(ରଜନୀ କାନ୍ତ ମହାପାତ୍ର): ସୋରଡା ଋଷିକୂଲ୍ୟା କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ୧୨ତମ ଋଷିକୂଲ୍ୟା ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ଆସିକା ପାନାସୋନିକ ଚାଟୁଳା ବିପିସିସି କ୍ରିକେଟ କ୍ଲବକୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ।ଚାଟୁଳା ଦଳ ପ୍ରଥମେ ଟସ ଜିତି ବେଟିଙ୍ଗ କରିବା ନିଷ୍ପତି ନେବାସହ ୨୦ଓଭର ଖେଳି ସମସ୍ତ ବିକେଟ ହରାଇ୧୬୧ ରନ ସଂଗ୍ରହ କରିଥିଲେ ।ଦ୍ବିତୀୟ ଇନିଂସରେ ଆସିକା ପାନାସୋନିକ ୧୭ ଓଭର ଖେଳି ୪ଟି ବିକେଟ ହରାଇ ୧୬୨ରନ ସଂଗ୍ରହ କରି ବିଜୟ ହୋଇଥିଲା ।ଦଳ ତରଫରୁ ଆଦିତ୍ୟ ସର୍ବାଧିକ ବ୍ୟକ୍ତିଗତ୮୫ ରନ ସଂଗ୍ରହ କରିବା ସହ ଦଳକୁ ବିଜୟୀ କରାଇଥିଲେ ଏବଂ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ ।ଆଜି ମୂଖ୍ୟ ଅତିଥିଭାବେ ସମାଜସେବି ଧୋବା ବେହେରା ଯୋଗଦେଇ ଶ୍ରେଷ୍ଠଖେଳାଳୀ ଆଦିତ୍ୟକୁ ପୁରସ୍କୃତ କରିବା ସହ ୧୯୮୩ ମସିହାରେ ଗଠିତ ହେଇଥିବା ସୋରଡା ଋଷିକୂଲ୍ୟା କ୍ରିକେଟ କ୍ଲବର ଖେଳ ପ୍ରତି ଉଛର୍ଗିକୃତ ଭାବନାକୁ ପ୍ରଶଂସା କରିଥିଲେ ।ଆଜିର ଖେଳକୁ ବିଧୁଭୂଷଣ ଦାସ ଓ ପିଙ୍କୁ ମହାରଣା ଅମ୍ପାଇରିଂ କରିଥିବା ବେଳେ ଶ୍ରିତମ ଦିଗାଲ ଓ ରାଜା ମହାପାତ୍ର ସ୍କୋରର ଥିଲେ । ଧାରାବିବରଣୀ ପ୍ରଦାନ କରିଥିଲେ ମନୋଜ ମହାପାତ୍ର ଓସଞ୍ଜୟ କୁମାର ପଣ୍ଡା ।ଆସନ୍ତା କାଲିର ଖେଳ ମୁଜାଗଡ଼ ଓ ଧରାକୋଟ ମଧ୍ୟରେ ଅନୁଷ୍ଠିତ ହବବୋଲି କ୍ଲବତରଫରୁ ସୂଚନା ମିଳିଛି ।


