ଏଣିକି ବାହାଘରରେ ଯୋଗ ଦେଇପାରିବେ କେବଳ ୧୦୦ ଅତିଥି ; ଭୋଜି ବଦଳରେ ଖାଦ୍ୟ ପୁଡିଆ ଦିଆଯିବ : ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂତନ ନିୟମ

ଛତ୍ରପୁର (ଦେବଦତ୍ତ ମହାରଣା): କରୋନା ର ଦ୍ୱିତୀୟ ଲହରୀକୁ ଦୃଷ୍ଠିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ସାମାଜିକ କାର୍ଯ୍ୟକ୍ରମରେ ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ କଟକଣା କୁ ଅଧିକ କଡାକଡି କରାଯାଇଛି । ତେବେ ଜିଲ୍ଲାରେ ବିବାହ ଉତ୍ସବରେ କେବଳ ୧୦୦ ଜଣ ଯୋଗଦେଇ ପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସେହି ବିବାହ ଉତ୍ସବରେ ଯୋଗ ଦେଉଥିବା ଅତିଥୀ ମାନଙ୍କୁ ଖାଦ୍ୟ ପ୍ୟାକେଟ୍ ଯୋଗାଇ ଦିଆଯିବ । ଏହି ନିର୍ଦ୍ଦେଶ କଡାକଡି ପାଳନ କରିବା ପାଇଁ ଜିଲ୍ଲାପାଳ ପତ୍ର ସଂଖ୍ୟା ୧୦୪୬ ରେ ସୂଚନା ଦେବା ସହ ଟୁଇଟ ଯୋଗେ ମଧ୍ୟ ସୂଚନା ଦେଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ଆରଧ୍ୟ ଦେବୀ ମା ତାରା ତାରିଣୀଙ୍କ ପବିତ୍ର ଚୈତ୍ର ମଙ୍ଗଳବାର ପର୍ବ କୁ ନେଇ ମଧ୍ୟ କଟକଣା ଜାରି ହୋଇଛି । ମନ୍ଦିର ଆଖପାଖରେ ଶ୍ରଦ୍ଧାଳୁ ମାନେ କୈାଣସି ପ୍ରକାର ଭୋଜିଭାତ କିମ୍ବା ମୁଣ୍ଡନ କାର୍ଯ୍ୟ କରିପାରିବେ ନାହିଁ । କେବଳ ସ୍ଥାନୀୟ ବାସିନ୍ଦା ମାନଙ୍କୁ ମାଙ୍କ ଦର୍ଶନ କରିବା ପାଇଁ ଅନୁମତି ଦିଆଯାଇଛି । ଜିଲ୍ଲା ବାହାର ଲୋକଙ୍କୁ ମନ୍ଦିର ମଧ୍ୟକୁ ନ ଆସିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ମନ୍ଦିର କୁ ଯିବା ପାଇଁ ବସ୍ ର ବ୍ୟବସ୍ଥା କରାଯାଇଛି । ସମସ୍ତେ ବସ୍ ଯୋଗେ ମନ୍ଦିର କୁ ଯିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । କୋଭିଡ ନିୟମମା ବଳୀ ମାନି କେବଳ ଶୃଙ୍ଖଳିତ ଦର୍ଶନ କରିପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦଣ୍ଡନାଚରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ୨୫ରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସେହିପରି ମା ତାରାତାରିଣୀଙ୍କ ଚୈତ୍ର ପର୍ବ ଅବସରରେ ଦ୍ୱିତୀୟ ମଙ୍ଗଳବାର ଯାତ୍ରା ନିମନ୍ତେ ମନ୍ଦିର ପରିସରରେ ୧୦ ପ୍ଲାଟୁନ ପୋଲିସ୍ ମୃତୟନ କରାଯାଇଛି । ୩ ଏଏସପି, ୩ ଡିଏସପି, ୧୨ ଟି ଇନିସପେକ୍ଟର. ୧୦୦ ସବ୍ ଇନିସପେକ୍ଟର, ୧୬୦ କନଷ୍ଟେବଲ, ୧୦୦ ହାବିଲଦାର, ସିସି ଟିଭି କ୍ୟାମେରା ର ବନ୍ଦୋବସ୍ତ କରାଯାଇଥିବା ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ସୂଚନା ଦେଇଛନ୍ତି । ସେହିପରି ମନ୍ଦିର ପରିସରରେ ମୁଣ୍ଡନ ଯେପରି ନ ହେବ, ସମସ୍ତେ ଯେପରି ମାସ୍କ ର ବ୍ୟବହାର କରିବେ ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଗଞ୍ଜାମ ଏସପି କହିଛନ୍ତି । ଜିଲ୍ଲାରେ କରୋନା ର ଦ୍ୱିତୀୟ ଲହରିକୁ ଦୃଷ୍ଟିିରେ ରଖି ରାତି ସମୟରେ ଯାଂଚ କଡାକଡି କରାଯାଉଛି । ବିଭିନ୍ନ ଥାନା ଅଂଚଳ ରେ ମାସ୍କ ଚେକିଂ, ଗାଡି ଯାଂଚ, ସାମାଜିକ ଦୂରତା ଉପରେ ମଧ୍ୟ ଯାଂଚ କାର୍ଯ୍ୟ କରାଯାଉଛି । ଜିଲ୍ଲାକୁ ହାଇୱେ ପେଟ୍ରୋଲିଂ ପାଇଁ ୩ ଟି ଗାଡି ଯୋଗାଇ ଦିଆଯାଇଛି । ସମସ୍ତେ ୧୧୨ କୁ କଲ୍ କରି ଏହି ସୁବିଧା ନେବା ପାଇଁ ଗଞ୍ଜାମ ଏସପି ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ