ଏନଏସି ର ୱାର୍ଡ ଗୁଡିକର ସଂରକ୍ଷଣ ଚିଠା ପ୍ରସ୍ତାବ ତାଲିକା ପ୍ରକାଶ
ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନଏସିର ୱାର୍ଡ ଗୁଡିକର ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ଚିଠା ପ୍ରସ୍ତାବ ପ୍ରକାଶ ପାଇଛି । ଏନଏସିର ୧୪ଟି ୱାର୍ଡ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧ ନମ୍ବର ୱାର୍ଡ ନିମନ୍ତେ ଅଣ ସଂରକ୍ଷଣ, ୨ ନମ୍ବର ୱାର୍ଡ ପାଇଁ ଅଣ ସଂରକ୍ଷଣ, ୩ ନମ୍ବର ୱାର୍ଡ ପାଇଁ ଅନୂସୁଚିତ ଜାତି (ମହିଳା), ୪ ନମ୍ବର ୱାର୍ଡ ପାଇଁ ଅଣ ସଂରକ୍ଷଣ, ୫ ନମ୍ବର ୱାର୍ଡ ପାଇଁ ମହିଳା, ୬ ନମ୍ବର ୱାର୍ଡ ପାଇଁ ଅନୂସୁଚିତ ଜନଜାତି ମହିଳା, ୭ ନମ୍ବର ୱାର୍ଡ ପାଇଁ ମହିଳା, ୮ ନମ୍ବର ୱାର୍ଡ ପାଇଁ ଅଣ ସଂରକ୍ଷଣ, ୯ ନମ୍ବର ୱାର୍ଡ ପାଇଁ ମହିଳା, ୧୦ ନମ୍ବର ୱାର୍ଡ ପାଇଁ ଅଣ ସଂରକ୍ଷଣ, ୧୧ ନମ୍ବର ୱାର୍ଡ ପାଇଁ ଅନୁସୁଚିତ ଜାତି, ୧୨ ନମ୍ବର ୱାର୍ଡ ପାଇଁ ମହିଳା, ୧୩ ନମ୍ବର ୱାର୍ଡ ପାଇଁ ଅଣ ସଂରକ୍ଷଣ, ୧୪ ନମ୍ବର ୱାର୍ଡ ପାଇଁ ମହିଳାଙ୍କ ନିମନ୍ତେ ସଂରକ୍ଷଣ ରହିଛି ।


