ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସୋପିଆନ ଜିଲାରେ ବୁଧବାର ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋପିଆନର ମେଲହୁରା ଗାଁରେ ଆତଙ୍କବାଦୀମାନେ ଲୁଚିଥିବା ସୁରକ୍ଷାକର୍ମୀଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ସୂଚନା ମିଳିଥିଲା। ଏହା ପରେ ସେନାର ୫୫ ରାଷ୍ଟ୍ରୀୟ ରାଇଫଳ୍ସ, ସିଆରପିଏଫ ଏବଂ ଏସଓଜି ଯବାନଙ୍କ ଟିମ୍‌ ଗାଁରେ ପହଞ୍ଚି ଚାରିପଟୁ ଘେରିଯିବା ସହିତ ସର୍ଚ୍ଚ ଅପରେଶନ ଚଳାଇଥିଲେ। ଫଳରେ ଆତଙ୍କୀମାନେ ଲୁଚି ରହିଥିବା ଏକ କୋଠାରୁ ଯବାନଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ଯବାନମାନେ ଏହାର କଡ଼ା ଜବାବ ଦେଇଥିଲେ। ରାତି ସାରା ଗାଁରେ ଗୁଳିବିନିମୟ ଜାରି ରହିଥିଲା। ସକାଳ ସୁଦ୍ଧା ୪ ଆତଙ୍କୀ ନିହତ ହୋଇଥିବାବେଳେ ଅନ୍ୟ ଆତଙ୍କୀଙ୍କ ସହିତ ଏନକାଉଣ୍ଟର ଜାରି ରହିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ