ଏନ୍ଏସିର ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ପୌର ନିର୍ବାଚନ ନିକଟ ଭବିଷ୍ୟତରେ ହେବାର ସମ୍ଭାବନା ଥିବା ବେଳେ ଗଜପତି ଜିଲ୍ଲାର ଏକମାତ୍ର ଏନ୍ଏସି କାଶୀନଗର ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ପ୍ରକାଶିତ ତାଲିକା ଅନୁଯାୟୀ ୧୩ଟି ୱାର୍ଡ ବିଶିଷ୍ଟ ଏହି ଏନ୍ଏସିର ୱାର୍ଡ ନମ୍ବର ୨, ୬, ୧୦ ଓ ୧୩ ମହିଳାଙ୍କ ସକାଶେ ଓ ୱାର୍ଡ ନମ୍ବର ୧ ଓ ୭ ଅନୁସୂଚିତ ଜାତି ମହିଳାଙ୍କ ସକାଶେ ସଂରକ୍ଷିତ । ସେହପରି ୧୨ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ମହିଳା ବର୍ଗର ପପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୱାର୍ଡ ନଂ. ୭ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି । ୱାର୍ଡ ନମ୍ବର ୩, ୪, ୫, ୯, ଓ ୧୧ରେ ଅଣ ସଂରକ୍ଷିତ ବର୍ଗର ପ୍ରାର୍ଥୀ ନିର୍ବାଚନ ଲଢି ପାରିବେ । ପ୍ରକାଶ ଯୋଗ୍ୟ ଯେ, ୧୯୯୭ ମସିହାରେ ଏନ୍ଏସି ଅଧ୍ୟକ୍ଷ ଆସନଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତଥିଲା । ଏସ୍. ବୈକୁଣ୍ଠ ରାଓ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୩ରେ ଉକ୍ତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଆର୍.ଇନ୍ଦିରା ନିର୍ବାଚନ ଜିତି ଅଧ୍ୟକ୍ଷା ହୋଇ ପାରିଥିଲେ । ୨୦୦୮ ଓ ୨୦୧୩ ନିର୍ବାଚନ ଅବସରରେ ଏମ୍. ସୁଧାର।।ଣୀଙ୍କୁ ସଫଳତା ମିଳିଥିଲା । ୨୦୦୮ରେ ସେ ଅମ ସଂରକ୍ଷିତ ବର୍ଗର ପ୍ରାର୍ଥୀ ରୂପେ ଓ ୨୦୧୩ରେ ବିସିସି ବର୍ଗର ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦିତା କରି ନିର୍ବାଚନ ଜିତିଥିଲେ । ଦୀର୍ଘ ୧୦ ବର୍ଷ ଧରି ଏନ୍ଏସି ଅଧ୍ୟକ୍ଷା ପଦବୀ ତାଙ୍କ ନିକଟରେ ଥିଲା । ୨୦୧୩ ପରେ କାଉନ୍ସିଲ୍ ଭଙ୍ଗ ସହ ପ୍ରଶାସନ ଏନ୍ଏସିର ପରିଚାଳନା ଦାୟିତ୍ୱ ନେଇଥିଲା । ବର୍ତ୍ତମାନ ପାରଳାଖେମୁଣ୍ଡି ଉପ ଜିଲ୍ଲାପାଳ ଏନ୍ଏସିର ପ୍ରଶାସକ ଓ ଡ.ସତ୍ୟସଂପର୍ଣ୍ଣା ରାଉତ ନିର୍ବାହୀ ଅଧିକାରୀ ରହିଛନ୍ତି । ସଂଶୋଧିତ ଆଇନ୍ ଅନୁଯାୟୀ ପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ଅଧ୍ୟକ୍ଷ ଚୟନ ବ୍ୟବସ୍ଥା ଥିବାରୁ ଏଥର କାହା ମୁଣ୍ଡରେ ହାତୀ ସୁନା କଳସରୁ ଜଳ ଢାଳିବ ଏବଂ କହିବା କଷ୍ଟକର ବୋଲି ମତ ପ୍ରକାଶ ପାଇଛି । ନିର୍ବାଚନ ପରେ କାଶୀନଗର ଏନ୍ଏସି ଅଧ୍ୟକ୍ଷ ନୁହେଁ ଜଣେ ଅଧ୍ୟକ୍ଷାଙ୍କୁ ପାଇବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ