ଏମନରେଗା ଟଙ୍କା ପାଇବା ନିମନ୍ତେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଶ୍ରମିକ

ଛତ୍ରପୁର (ଦେବଦତ୍ତ ମହାରଣା): ସାନଖେମୁଣ୍ଡି ବ୍ଲକର ଛଣମେରି ଗ୍ରାମ ପଂଚାୟତର ଦ୍ୱିତୀୟ ଖଣ୍ଡ ଦେଉଳି ଗ୍ରାମର ଡମ୍ବ ମଶାଣୀ ସାହି ରାସ୍ତା କାମ ୨୦୧୯-୨୦ (ଏମନରେଗା) ଆର୍ଥିକ ବର୍ଷରେ ଅନୁଷ୍ଠିତ ହୋଇଥିଲା । ଏ ପର୍ଯ୍ୟନ୍ତ ଏହି ରାସ୍ତା କାମରେ ନିୟୋଜିତ ହୋଇଥିବା ଦ୍ୱିତୀୟ ଖଣ୍ଡ ଦେଉଳି ଗ୍ରାମର ମହିଳା ଓ ପୁରୁଷ ଶ୍ରମିକ ମାନଙ୍କ ଟଙ୍କା ଏ ପର୍ଯ୍ୟନ୍ତ ମିଳିନଥିବାରୁ ଆଜି ସେମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନେ କହିବା ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷର ୭ ଲକ୍ଷ ଟଙ୍କା ବ୍ୟୟରେ ଡମ୍ବ ସାହିର ରାସ୍ତା କାମ କରାଯାଇଛି । ଏଥି ନିମନ୍ତେ ବାବୁଲା ବେହେରା ନାମକ ବ୍ୟକ୍ତିଙ୍କ ମାଧ୍ୟମରେ ଏହି କାମ କରାଯାଇଥିଲା । ବାବୁଲା ବେହେରା ଆମ୍ଭ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିଲେ ମଧ୍ୟ ବାବୁଲାଙ୍କୁ ଏ ପର୍ଯ୍ୟନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ଟଙ୍କା ମିଳିନଥିବାରୁ ସେ ଆମକୁ ଆମ ପ୍ରାପ୍ୟ ଏ ପର୍ଯ୍ୟନ୍ତ ଦେଇ ପାରିନାହାନ୍ତି । ଯାହା ଫଳରେ ଆମେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇ ଗତି କରିଆସୁଛୁ । ତେଣୁ ଉକ୍ତ ରାସ୍ତା କାମର ଟଙ୍କା ଆମକୁ ପ୍ରଦାନ କଲେ ଆମ ପରିବାର ଚଳାଇବା ପାଇଁ ସହାୟତା ହୋଇପାରିବ । ବାବୁଲା ବେହେରା କହିବା ଅନୁସାରେ ଡମ୍ବ ସାହି ରାସ୍ତା କାମ ପାଇଁ ୭ ଲକ୍ଷ ଟଙ୍କା ଆସିଛି । ତମେ କାମ କରିବ ବୋଲି ପଂଚାୟତର ତତ୍କାଳିନ ଜିଆରଏସ ମୋତେ କହି ଶ୍ରମିକ ମାନଙ୍କ ଜବ କାର୍ଡ ଦିଅ ଡିମାଣ୍ଡ କଡାଯିବ ବୋଲି କହି ଦ୍ୱିତୀୟ ଖଣ୍ଡିଦେଉଳି ଗ୍ରାମର ଜବ କାର୍ଡ ହିତାଧିକାରୀ ମାନଙ୍କ ସମସ୍ତ ନଥି ପତ୍ର ଦେଇଥିଲେ ମଧ୍ୟ ସେ ଉକ୍ତ ଗ୍ରାମର ଶ୍ରମିକ ମାନଙ୍କ ଡିମାଣ୍ଡ ନ କାଡି ପଂଚାୟତର ଧର୍ମପୁର ଛଣମେରି ଓ ମଣିଦେଇପୁର ପେଣ୍ଠ ଗ୍ରାମର ଶ୍ରମିକ ମାନଙ୍କୁ ଡିମାଣ୍ଡ କାଡିଦେଇଥିଲେ । ଯାହା ଫଳରେ ଦ୍ୱିତୀୟ ଖଣ୍ଡ ଦେଉଳି ଗ୍ରାମର ଶ୍ରମିକ ମାନେ ଏହି କାର୍ଯ୍ୟରେ ସମ୍ପୁର୍ଣ୍ଣ ମାତ୍ରାରେ ନିୟୋଜିତ ଥିଲେ ମଧ୍ୟ ସେମାନଙ୍କୁ ଏ ପର୍ଯ୍ୟନ୍ତ ଟଙ୍କା ମିଳିପାରିନାହିଁ । ଏନେଇ ମୁଁ ଓ ଶ୍ରମିକ ମାନେ ବାରମ୍ବାର ସ୍ଥାନୀୟ ସରପଂଚ , ଜିଆରଏସ୍‌, ଜେଇ ଓ ବିଡିଓଙ୍କୁ ଭେଟିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ସେମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନତମାତ୍ ବସିରହିଛୁ । ଏ କି ଅଜବ ନିତି । ଦ୍ୱିତୀୟ ଖଣ୍ଡ ଦେଉଳି ନିତି କାମ କରୁଛନ୍ତି ହେଲେ ଅନ୍ୟ ଗ୍ରାମର ଲୋକମାନେ ଟଙ୍କା ନେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ