ଏମିତି ଏକ ଗାଁ, ଯେଉଁଠି ସମସ୍ତେ ଅନ୍ଧ

ବିଶ୍ୱରେ ଅନେକ ରହସ୍ୟମୟ ସ୍ଥାନ ରହିଛି, ଯାହା ବିଷୟରେ ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ । ଠିକ୍ ସେହିପରି ମେକ୍ସିକୋରେ ଏମିତି ଏକ ଗାଁ ରହିଛି ଯେଉଁଠି ଲୋକଙ୍କଠାରୁ ଆରମ୍ଭ କରି ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ । ଏହି ଗ୍ରାମର ନାମ ଟିଲ୍ଟେପେକ୍ । ଏହାକୁ ଅନ୍ଧଙ୍କ ଗାଁ କହିଲେ କିଛି ଭୁଲ ହେବ ନାହିଁ । ଏହା ପଛରେ ଏକ ଭିନ୍ନ କାରଣ ମଧ୍ୟ ରହିଛି । ଏହି ଗାଁରେ ଯୋପୋଯେକ ଜନଜାତିର ଲୋକେ ବସବାସ କରନ୍ତି । ଏଠାରେ ଶିଶୁ ଜନ୍ମ ହେବା ସମୟରେ ସମ୍ପୂର୍ଣ୍ଣ ସୁସ୍ଥ ଥାଏ । ମାତ୍ର କିଛି ଦିନ ପରେ ତା’ର ଆଖିକୁ କିଛି ଦେଖାଯାଇ ନ ଥାଏ । ଗ୍ରାମରେ ଥିବା ଏକ ଅଭିଶପ୍ତ ଗଛ ଏହାର ମୁଖ୍ୟ କାରଣ । ଲାଭାଜୁଏଲା ନାମକ ଏହି ଗଛକୁ ଦେଖିବା ପରେ ମଣିଷଠାରୁ ଆରମ୍ଭକରି ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ ହୋଇଯାନ୍ତି ବୋଲି ସେମାନଙ୍କର ବିଶ୍ୱାସ ରହିଛି । ମାତ୍ର ବୈଜ୍ଞାନିକ ମତରେ, ଏହି ଗାଁ ଲୋକଙ୍କ ଅନ୍ଧତ୍ୱ ପଛର କାରଣ ହେଉଛି ଏକ ବିଷାକ୍ତ ମାଛି । ଏହି ମାଛି କାମୁଡ଼ିବା ଦ୍ୱାରା ଲୋକେ ଅନ୍ଧ ହୋଇଯାନ୍ତି । ଟିଲ୍ଟେପେକ୍ ଗାଁରେ ୭୦ଟି ଝୁପୁଡ଼ି ଘରେ ପ୍ରାୟ ୩୦୦ ଲୋକ ବସବାସ କରନ୍ତି । ଏଠାରେ କୌଣସି ଘରେ କବାଟ ବା ଝରକା ମଧ୍ୟ ନାହିଁ । ତେବେ ଏଠାକାର ଅଳ୍ପ କେତେକ ଲୋକଙ୍କୁ ଦେଖାଯାଇଥାଏ । ଯାହା ଦ୍ୱାରା ଅନ୍ୟ ଲୋକମାନେ ଏଠାରେ ଚଳିପାରନ୍ତି ବୋଲି ମଧ୍ୟ କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ