ଏଲଟିଟି ରେଳ ଦୁର୍ଘଟଣା : ରେଲଓ୍ବେ ସେଫ୍ଟି କମିଶନର କରିବେ ତଦନ୍ତ

ଭୁବନେଶ୍ବର : କଟକ ନିର୍ଗୁଣ୍ଡି ଶାଳଗାଁ ନିକଟରେ ଏଲଟିଟି ଏକ୍ସପ୍ରେସ ଦୁର୍ଘଟଣା ପ୍ରସଙ୍ଗରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁର୍ଘଟଣାର ତଦନ୍ତ ଭାର ରେଲଓ୍ବେ ସେପ୍ଟି କମିଶନରଙ୍କୁ ଦିଆଯାଇଛି । ଦକ୍ଷିଣ ପୂର୍ବ ସର୍କଲ ସେପ୍ଟି କମିଶନର ଅଭୟ କୁମାର ରାୟ ଏହି ତଦନ୍ତ କରିବେ । ଆସନ୍ତା ୧୮ରୁ ତଦନ୍ତ ଆରମ୍ଭ କରିବା ନେଇ ପୂର୍ବତଟ ରେଲଓ୍ବେ ସୂଚନା ଦେଇଛି। ରେଳବାଇ ସୁରକ୍ଷା କମିଶନର ଏବଂ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି ।
ଏଥିରେ କୁହାଯାଇଛି ଯେ କେ ୟୁ ଆର ଡିଭିଜନ ଅନ୍ତର୍ଗତ ୧୬ ଜାନୁଆରୀ ୨୦୨୦ ରିଖ ଦିନ ହୋଇଥିବା ମାଲବାହୀ ଟ୍ରେନ ଏବଂ ଏକ୍ସପ୍ରେସ ଟ୍ରେନ ମଧ୍ୟରେ ହୋଇଥିବା ଧକ୍କାର ଅନୁଧ୍ୟାନ ଆସନ୍ତା ୧୮ ଜାନୁଆରୀ ୨୦୨୦ ଦିନ କଟକର ପ୍ଲାଟଫର୍ମ ନିକଟରେ ଥିବା ଅଫିସର ବିଶ୍ରାମ ଗୃହଠାରେ ଦକ୍ଷିଣ ପୂର୍ବାଞ୍ଚଳ ବିଭାଗ, କୋଲକାତାର ରେଳବାଇ ସୁରକ୍ଷା କମିଶନର ଅଭୟ କୁମାର ରାୟ ଏହି ଘଟଣାର ଅନୁଧ୍ୟାନ କରିବେ। ଯଦି କୌଣସି ଜନସାଧାରଣ ଉକ୍ତ ଦୁର୍ଘଟଣା ବିଷୟରେ କୌଣସି ତଥ୍ୟ ଏବଂ ପ୍ରମାଣ ଦେବାକୁ ଚାହାନ୍ତି ତେବେ ଅନୁଧ୍ୟାନ ହେବାକୁ ଥିବା ତାରିଖରେ ଅନୁଧ୍ୟାନ ହେବାକୁ ଥିବା ସ୍ଥାନରେ ଉପସ୍ଥିତ ରହିବେ କିମ୍ବା ରେଳବାଇ କମିଶନଙ୍କ ଠିକଣାରେ ଜଣାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଗୁରୁବାର ସକାଳେ ହୋଇଥିବା ନିର୍ଗୁଣ୍ଡିଠାରେ ହୋଇଥିବା ଏଲଟିଟି ରେଳ ଦୁର୍ଘଟଣା ପଛରେ ରେଳ ବିଭାଗର ଅବହେଳା ସାମନାକୁ ଆସିଛି । ରେଳ ବିଭାଗର ଅବହେଳା ଯୋଗୁଁ ଗୋଟିଏ ଟ୍ରାକରେ ଉଭୟ ଏକ୍ସପ୍ରେସ ଟ୍ରେନ ଓ ମାଲ ଗାଡ଼ିକୁ ଯିବାକୁ ଦିଆଯାଇଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଥିଲା । ଏହି ଦୁର୍ଘଟଣାରେ ଟ୍ରେନ୍‌ର ୭ଟି ବଗି ଲାଇନଚ୍ୟୁତ ହୋଇଥିବାର ଜଣାପଡିଛି । ଏଥିରେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 5 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ