ଲଭ୍ ଆଜ୍କଲ୍ର ପ୍ରଥମ ପୋଷ୍ଟର ରିଲିଜ୍
ମୁମ୍ବାଇ : କାର୍ତ୍ତିକ ଆର୍ଯ୍ୟନ୍ ଏବଂ ସାରା ଅଲୀ ଖାନ୍ଙ୍କ ଅଭିନୀତ ଲଭ୍ ଆଜ୍ କଲ୍ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଶନିବାର ଫିଲ୍ମର ଟ୍ରେଲର ରିଲିଜ୍ ହେବାକୁ ଯାଉଛି । ଉଭୟ କାର୍ତ୍ତିକ ଏବଂ ସାରା ପ୍ରଥମ ଥର ପାଇଁ ଏକତ୍ର ନଜର ଆସିବାକୁ ଯାଉଥିବାବେଳେ ଇମତିଆଜ ଅଲୀ ଏହାର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ପୋଷ୍ଟରରେ ଉଭୟ କାର୍ତ୍ତିକ ଏବଂ ସାରାଙ୍କ ଚରିତ୍ରର ନାମ ମଧ୍ୟ ଘୋଷଣା କରାଯାଇଛି । କାର୍ତ୍ତିକଙ୍କ ଚରିତ୍ରର ନାମ ବୀର ରହିଥିବା ବେଳେ ସାରାଙ୍କ ଚରିତ୍ରର ନାମ ଜୋଏ ରହିଛି । ପୋଷ୍ଟରରେ କାର୍ତ୍ତିକ ଶୋଇଥିବାବେଳେ ସାରା ତାଙ୍କ ପିଠି ଉପରେ ମୁହଁ ରଖିଥିବା ଦେଖିବାକୁ ମିଳିଛି । ୨୦୦୯ରେ ଇମତିଆଜଙ୍କ ନିର୍ଦ୍ଦେଶିତ ଲଭ୍ ଆଜ୍କଲ୍ରେ ସୈଫ୍ ଅଲୀ ଖାନ୍, ଦୀପିକା ପାଦୁକୋନ୍ ଏବଂ ଋଷି କପୁର୍ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମଟି ସୈଫ୍ଙ୍କ ଚରିତ୍ରର ସ୍ପିନ୍ ଅଫ୍ ବୋଲି ଅନୁମାନ କରାଯାଉଛି ।


