ଜଗାକୁ ସହାୟତାର ହାତ ବଢାଇଲେ ଗଂଜାମ ଜିଲ୍ଲାପାଳ
ଗଂଜାମ,(ଯୁଗାବ୍ଦ ନ୍ୟୁଜ୍): ଚର୍ମ ରୋଗରେ ଦୀର୍ଘ ଦିନ ଧରି ଚର୍ମ ରୋଗରେ ପିଡିତ ଥିବା ଜଗାକୁ ବୁଧବାର ରାତିରେ ଭେଟିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଗୋଠଗାଁ ପଂଚାୟତ କାର୍ଯ୍ୟାଳୟ ର ଶେରଗଡ ବିଡିଓ ସୁରଞ୍ଜନ କୁମାର ସାହୁ ଓ ସ୍ଥାନୀୟ ସଂରପଞ୍ଚଙ୍କ ଉପସ୍ଥିତିରେ ଗୋଠଗାଁର ପ୍ରଭାକର ପ୍ରଧାନଙ୍କ ସାନ ଚର୍ମ ରୋଗରେ ପିଡିତ ଜଗାକୁ ଭେଟିବା ସହ ଜଗାକୁ ୧୦ ହଜାର ଟଙ୍କା ଦେଇଛନ୍ତି । ଏଥିସହ ଜଗା ଅସହ୍ୟ ଜନ୍ତ୍ରଣାରେ ଛଟପଟ ଦୀର୍ଘ ଦିନ ଧରି ହେଉଥିବା ବେଳେ ଗଣମାଧ୍ୟମରେ ଖବର ପ୍ରଚାର ଓ ପ୍ରସାର ପରେ ପ୍ରଶାସନ ତରଫରୁ ଜଗାକୁ ସୁଚିକିତ୍ସା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛ ି ।


