ଏସପିଙ୍କ ଦ୍ଵାରସ୍ତ ହେଲେ ମହିଳା

କୋଦଳା , (ଯୁଗାବ୍ଦ ନ୍ୟୁଜ) : କୋଦଳା ଥାନା ଅଧିନସ୍ତ ମର୍ଦ୍ଧକୋଟ ଗ୍ରାମର ମହିଳା ଭାର୍ଗବୀ ସାମଲ ଙ୍କୁ ତାଙ୍କ ଦେଢଶୁର ଓ ଦେଢଶୁର ଙ୍କ ପରିବାର ବର୍ଗ ଆକ୍ରମଣ ଓ ଅଭଦ୍ର ଭାଷା ରେ ଗାଳିଗୁଲଜ କରୁଥିବା ନେଇ ବିଭିନ୍ନ ସମୟରେ କୋଦଳା ଥାନା ଓ ବେଗୁନିଆପଡା ଫାଣ୍ଡି ରେ ଅଭିଯୋଗ କରି ଅଭିଯୁକ୍ତ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ନେଇ ଛତ୍ରପୁର ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ଵାରାସ୍ତ ହୋଇଥିବା ଜଣା ପଡ଼ିଛି। ଅଭିଯୋଗ ପାଇବା ପରେ ଏସପି ବ୍ରିଜେଶ କୁମାର ରାୟ ସମ୍ପୃକ୍ତ ଥାନା ଓ ଫାଣ୍ଡି ଅଧିକାରୀଙ୍କୁ ଅଭିଯୁକ୍ତଙ୍କ ବିରୂଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଫୋନ ମାଧ୍ୟମରେ ନିର୍ଦେଶ ଦେଇଥିବା ଜଣା ପଡ଼ିଛି। ଅଭିଯୁକ୍ତ ପୁଣି ଯଦି କୌଣସି ସମୟରେ ଯଦି ଆକ୍ରମଣ କିମ୍ବା ଗାଳି ଗୁଲଜ କରେ ତେବେ ସ୍ୱାମୀ ସ୍ତ୍ରୀ ଦୁହେଁ ପୁଣି ଆସି ତାଙ୍କ ସହ ସାକ୍ଷାତ କରିବାକୁ ପରାମର୍ଶ ଦେଇଥିଲେ। ପୂର୍ବରୁ ବହୁବାର ମହିଳାଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଳଜ ଓ ଆକ୍ରମଣ କରାଯାଇ ଥିବା ବେଳେ ତାଙ୍କ ସ୍ୱାମୀ ରାଜେନ୍ଦ୍ର ସାମଲ ଓ ମହିଳା ଙ୍କ ସ୍ୱାମ,ଶାଶୁ ଙ୍କୁ ମଧ୍ୟ ଆକ୍ରମଣ ଓ ଭିଭିନ୍ନ ସମୟରେ ତାଙ୍କ ଶସ୍ୟ କ୍ଷେତ୍ର ନଷ୍ଟ କରିଦିଆ ଯାଇଥିବା ନେଇ କୋଦଳା ଥାନା ଓ ବେଗୁନିଆ ପଡା ଫାଣ୍ଡି ରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଭିଯୁକ୍ତ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ବାରମ୍ବାର ତାଙ୍କୁ ଆକ୍ରମଣ କରାଯାଉଥିବା ନେଇ ମହିଳା ଜଣଙ୍କ ଆରକ୍ଷୀ ଅଧୀକ୍ଷକଙ୍କ ସମୁଖରେ ପ୍ରକାଶ କରିବାସହ ତାଙ୍କ ସ୍ୱାମୀ ଓ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ମଧ୍ୟ ସେ ଅଭିଯୋଗ ପତ୍ର ଉଲ୍ଲେଖ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ