କେବିସି ରେ ନଜର ଆସିବେ ଦୂତୀ
(ଯୁଗାବ୍ଦ ନ୍ୟୁଜ )ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ସମ୍ମୁଖୀନ ହେବେ ଓଡିଶାର ଦୌଡରାଣୀ ଦୂତୀ । କେବିସି ବିଗ ବିଙ୍କ ସାମନାରେ ହଟ ସିଟରେ ବସିବେ ଦୂତୀ ଚାନ୍ଦ । ଏନେଇ ଖୁବ ଶୀଘ୍ର ସେ ସୁଟିଂ ପାଇଁ ମୁମ୍ବାଇ ଯିବେ । ପୂର୍ବରୁ ଦୂତୀ କପିଲ ଶର୍ମା ଶୋରେ ଭାଗ ନେଇ କେବଳ ଓଡିଶା ନୁହେଁ ସମଗ୍ର ଭାରତରେ ପ୍ରଶଂସା ସାଉଁଟିଥିଲେ । ଆଉ ଏବେ କେବିସିରେ ଭାଗ ନେବା ଓ ବିଗ୍ ବିଙ୍କୁ ଭେଟିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି ଦୂତୀ ।


