ଏସ୍‌କେସିଜି ସ୍ୱୟଂ ଶାସିତ ମହାବିଦ୍ୟାଳୟ ତରଫରୁ ଆଲୋଚନା ଚକ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ “ଔପନ୍ୟାସିକ କାଳିନ୍ଦୀ ଚରଣ ଓ ଉପନ୍ୟାସ ମାଟିର ମଣିଷ” ଶୀର୍ଷକ ଆଲୋଚନା ଚକ୍ର ବିଭାଗୀୟ ମୁଖ୍ୟ ଡ. ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ଓଡିଆ ବିଭାଗର ପ୍ରଧ୍ୟାପକ ଡ.ସିଦ୍ଧାର୍ଥ ଶଙ୍କର ପାଢୀ ଯୋଗଦେଇ ମାଟର ମଣିଷ ଉପନ୍ୟାସ ସମ୍ପର୍କରେ ଏକ ତାତ୍ତ୍ୱିକ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବରେ ନରେନ୍ଦ୍ରପୁରର କ୍ଷେତ୍ର ମୋହନ ବିଜ୍ଞାନ ମହାବିଦୟାଳୟର ଓଡିଆ ବିଭାଗ ଅଧ୍ୟାପକ ଡ. ହୃଷୀକେଶ ପଣ୍ଡା ଯୋଗଦେଇ ସମସାମୟିକ ସମାଜରେ ଗାନ୍ଧୀବାଦ ଦର୍ଶନର ପ୍ରବାବ ତଥା ତାହାର ସାହିତ୍ୟରେ ପ୍ରତିଫଳନ ସମ୍ପର୍କରେ ସବିଶଷ ଆଲୋଚନା କରିଥିଲେ । ଅଧ୍ୟାପକ ଓ ଡ. ଚନ୍ଦ୍ର ଶେଖର ଦାସ ନିଜସ୍ୱ ଆଲୋଚନା ପ୍ରସଙ୍ଗରେ ମାଟିର ମଣିଷ ଓ ତତ୍‌କାଳୀନ ସାମାଜିକ ଚରିତ୍ର ଘଟଣାବଳୀ ତଥା ତାହାରି ମାଧ୍ୟମରେ ଲେଖନୀୟ ସପଳତାକୁ ବର୍ଣ୍ଣନା କରିଥିଲେ । ଅଧ୍ୟାପକ ଅର୍ଜୁନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ପ୍ରତିନିଧି ବାବରେ ପ୍ରିୟା ପ୍ରଦାନ ଭତ୍ତିପ୍ରବନ୍ଧ ପାଠ କରିଥିଲେ । ସମସ୍ତ କାର୍ଯକ୍ରମକୁ ସୌଦାଗର ସିଅ, ଲିଜା ଶତପଥୀ ତଥା ଅନ୍ୟାନ୍ୟ ଛାତ୍ରଛାତ୍ରୀ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ