୩୩.୭କେଜି ଗଞ୍ଜେଇ ଜବତ : ୨ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଆର୍. ଉଦୟଗିରିଥାନା ପକ୍ଷରୁ ନୂଆଗଡ ବ୍ଲକ ଅନ୍ତର୍ଗତ ପାରିବେଟା, ପରିମଳ, ଉଦୟପୁର, ଲିବିରିଗୁଡା, ସମ୍ବଲପୁର ଅଞ୍ଚଳରେ ଏସ୍.ଆଇ ଦୁଷ୍ମନ୍ତ ନାୟକଙ୍କ ନେତୃତ୍ବରେ ପେଟ୍ରୋଲିଂ କରୁଥିବା ସମୟରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଗାମର ଜଗନ୍ନାଥ ନାୟକ (୩୦) ଓ ରାମଗିରି ଗ୍ରାମର ଜୀବିତ ମାଳୀଙ୍କର ଏକ ବାଇକ (ଓଡି୨୦ଏ୭୭୬୦) ରୁ ମୋଟ ୩୩.୭ କେଜି ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇ ଛାଡି ଦୌଡି ପଳାଉଥିବା ଅଭିଯୁକ୍ତ ଦ୍ବୟଙ୍କୁ ଧରି ଆର୍.ଉଦୟଗିରି ତହସିଲଦାର ତଥା ମାଜିଷ୍ଟ୍ରେଟ୍ ନାରାୟଣ ବେହେରାଙ୍କୁ ଅବଗତ କରାଯିବା ସହ ମାମଲା ରୁଜ୍ଜୁ କରାଯାଇଥିବା ଆର୍.ଉଦୟଗିରି ଥାନାଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି ।


