ଏସ୍‌ଏମ୍‌ଆଇଟିର ଯୁକ୍ତଦୁଇ ସାଇନ୍ସ କଲେଜର ବାର୍ଷିକ ଉତ୍ସବ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌) : ଆଙ୍କୁଶପୁର ଠାରେ ୨୦୦୭ ମସିହାରେ ଏସ୍‌ଏମ୍‌ଆଇଟି ଗ୍ରୁଫ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ନିର୍ମିତ ହୋଇଥିବା ଯୁକ୍ତ ଦୁଇ ରେସଡିଆନସିଆଲ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ବ୍ରହ୍ମପୁରସ୍ଥିତ ମ୍ୟୁନିସିପାଲଟି ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ଡକ୍ଟର ଭଗବାନ ଗନ୍ତାୟତ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହ ଅନୁଷ୍ଠାନର ପ୍ରତିଷ୍ଠାତା କର୍ମବୀର ବୃନ୍ଦାବନ ନାୟକଙ୍କ ଗୁଣଗାନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷା ପଦ୍ଧତିରେ ଶିକ୍ଷା ଦେବା ସହ ସେମାନଙ୍କର ଭବିଷ୍ୟତ ଉଜ୍ୱଳ କାମନା କରି ବୃନ୍ଦାବନ ନାୟକଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ତାଙ୍କର ଆଶା କୁ ସଫାଳତା କରାଯାଉଛି ବୋଲି ନିଜର ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୁପେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା,ସମ୍ମାନୀତ ଅତିଥି ଭାବରେ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ,ସୁବାସ ମହାରଣା ,ଡ.ପିସି ସାହୁ,ଜିଲ୍ଲା ବିଜେଡି ମହିଳା ସଭାପତି ଶ୍ରୀମତି ସଂଘମିତ୍ରା ଦଳେଇ,ଜିଲ୍ଲା ପରିଷଦ ଉପସଭାନେତ୍ରୀ ସ୍ନେହଲତା ପଣ୍ଡା,ଶିକ୍ଷାବିତ ରାମ ଚନ୍ଦ୍ର ପଣ୍ଡା , ଶିକ୍ଷାବିତ ସୋନାଲି ଗନ୍ତାୟତ,ଇଂ ଦୂର୍ଗା ମାଧବ ପଣ୍ଡା ଯୋଗ ଦେଇ ଉଦବୋଧନ ଦେଇଥିଲେ । ଆୟୋଜିତ ଉତ୍ସବରେ ଉପଦେଷ୍ଟା ଅମିୟ କୁମାର ପଣ୍ଡା,ଅଧାପକ ମିଥୁୂନ କୁମାର ସାହୁ,ଅଧାପକ ଶ୍ରୀ ଦିପକ କୁମାର ଜେନା,ଶ୍ରୀମତି ସଂନ୍ଧ୍ୟାରାଣୀ ଚକ୍ର,ଅଧାପକ ବଳରାମ ପାଣିଗ୍ରାହି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଯୁକ୍ତ ୨ ନିର୍ଦେଶିକା ପ୍ର ।ପଣ୍ଡା ବିବରଣୀ ପାଠ କରିଥିଲେ । ଶେଷରେ ବିଦ୍ୟାର୍ଥୀ ମାନଙ୍କୁ ତରଫରୁ ରଂଗାରଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଅନୁଷ୍ଠାନର କୃ୍‌ତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ