ଲେଖିକା ମଞ୍ଜୁଳା ତ୍ରିପାଠୀଙ୍କୁ ‘ସିନ୍ଧୁ ରଥ ସ୍ମୃତି ସମ୍ମାନ’
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଛତିଶଗଡ଼ର ରାୟପୁରସ୍ଥିତ ସୃଜନୀ ସଂସ୍ଥା ତରଫରୁ ଗତ ଜାନୁୟାରୀ ୨୮ତାରିଖ ଠାରୁ ଫେବୃୟାରୀ ତାରିଖ ୬ ରିଖ ପର୍ଯ୍ୟନ୍ତ ବର୍ମା (ରେଙ୍ଗୁନ)ଠାରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୀ ଲେଖକ, ଲେଖିକା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାରୁ ୧୧ଜଣ ଲେଖକ ଲେଖିକା ଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରୁ ଲେଖିକା ତଥା ସମାଜସେବୀ ସୁଶ୍ରୀ ମଞ୍ଜୁଳା ତ୍ରିପାଠୀଙ୍କୁ ସୃଜନୀ ସଂସ୍ଥା ତରଫରୁ ‘ସିନ୍ଧୁ ରଥ ସ୍ମୃତି ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧୁନା ସୁଶ୍ରୀ ତ୍ରିପାଠୀ ଅଧ୍ୟାପିକା ଭାବରେ ଓଡ଼ିଶା ରେଡ଼କ୍ରସ ଭବନରେ ନିଯୁକ୍ତ ହୋଇ ଏବେ ସମାଜସେବାରେ ବ୍ରତୀ ଅଛନ୍ତି ।


