ଏସ୍‌.ୟୁ.ସି.ଆଇ(ସି)ପକ୍ଷରୁ ୭୫ ତମ ବିଜୟ ଦିବସ ପାଳିତ

ନାଉଗାଁ (ଓ୍ବାଇଏନ୍ଏସ୍) : ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଶ୍ରମିକ ଶ୍ରେଣୀର ବିଜୟ ହୋଇଥିବାରୁ ଏହାକୁ ମନେ ପକାଇ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ୭୫ତମ ବିଜୟ ଦିବସ ନାଉଗାଁରେ ପାଳିତ ହୋଇଯାଇଛି । ସାମାଜିକ ଦୁରତା ରକ୍ଷା କରାଯାଇ ନାଉଗାଁ ଆଂଚଳିକ କମିଟିର ସମ୍ପାଦକ ମହେଶ୍ୱର ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ସୁବାସ ସ୍ୱାଇଁ, ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର ଜିଲ୍ଲା ସଭାନେତ୍ରୀ ରଶ୍ମିରେଖା ନାୟକ, ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର କର୍ମୀ ଆର୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ମହାନ ଷ୍ଟାଲିନ୍ ଫଟୋକୃତିରେ ମାଲ୍ୟାର୍ପଣ ଓ ଆନ୍ତର୍ଜାତିକ ସଂଗୀତ ଗାନ ଜରାଯାଇଥିଲା । ପରେ ସଂପ୍ରତି କରୋନା ସଂକ୍ରମଣରୁ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ଆଲୋଚନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ