ଏ ସବୁ ଗୁଣ ଥିଲେ ବୟଫ୍ରେଣ୍ଡ ହୋଇପାରିବେ ଜୀବନସାଥୀ

ମା’ବାପାଙ୍କ ପରେ ଜୀବନରେ ସବୁଠାରୁ ସୁନ୍ଦର ସମ୍ପର୍କ ହେଉଛି ଗର୍ଲଫ୍ରେଣ୍ଡ ଏବଂ ବୟଫ୍ରେଣ୍ଡ ସମ୍ପର୍କ । ଏହି ସମ୍ପର୍କରେ ଯେତିକି ପ୍ରେମ ଥାଏ, ସେତିକି ଝଗଡା ମଧ୍ୟ ରହିଥାଏ । ଅନେକ ସମୟରେ କେତେକ ଝିଅ ନିଜ ପ୍ରେମିକଙ୍କ ଛୋଟ ଭୁଲରେ ବି ଝଗଡା କରି ସମ୍ପର୍କ ଭାଙ୍ଗି ଦେଇଥାନ୍ତି । ବୟଫ୍ରେଣ୍ଡଙ୍କ ବାକି ଅନ୍ୟ ସବୁ ଭଲ ଗୁଣକୁ ମଧ୍ୟ ଭୁଲିଯାଆନ୍ତି । ଯାହା ଫଳରେ ସେମାନଙ୍କୁ ପରେ ପଶ୍ଚାତାପ କରିବାକୁ ପଡିଥାଏ । କୌଣସି ବ୍ୟକ୍ତି ଏକଦମ ପରଫେକ୍ଟ ନଥାନ୍ତି ।ଯଦି ଆପଣ ନିଜ ବୟଫ୍ରେଣ୍ଡଙ୍କ ପାଖରେ କିଛି ଅଭାବ ଥିବା ଅନୁଭବ କରୁଛନ୍ତି ତେବେ ସମ୍ପର୍କ ନ ଭାଙ୍ଗି ତାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ । ଚାଲନ୍ତୁ ବୟଫ୍ରେଣ୍ଡଙ୍କ ପାଖରେ କେଉଁ ଗୁଣ ଥିଲେ ତାଙ୍କୁ ନ ଛାଡି ଜୀବନସାଥୀ ଭାବେ ଗ୍ରହଣ କରିବା ।
ନିଜ ବ୍ୟକ୍ତିଗତ କଥା ଶେୟାର କରୁଥିଲେ ଯଦି ଆପଣଙ୍କ ବୟଫ୍ରେଣ୍ଡ ନିଜ ବ୍ୟକ୍ତିଗତ କଥା ଆପଣଙ୍କୁ ଜଣାଉଛନ୍ତି, ତେବେ ଜାଣିରଖନ୍ତୁ ସେ ଆପଣଙ୍କୁ ପ୍ରକୃତରେ ପ୍ରେମ କରୁଛନ୍ତି । ସମ୍ପୂର୍ଣ୍ଣ ସଚ୍ଚୋଟତାର ସହ ଆପଣଙ୍କ ସହ ସମ୍ପର୍କ ରଖିଛନ୍ତି । ଏମିତି କୌଣସି ବ୍ୟକ୍ତି ନାହାନ୍ତି, ଯାହାର କୌଣସି ଅତୀତ ନାହିଁ । ମାତ୍ର ସତ କହିବାର ସାହସ କେବଳ କିଛି ବ୍ୟକ୍ତିଙ୍କ ପାଖରେ ରହିଛି ।
ଆପଣଙ୍କ ବାପା ମା’ଙ୍କୁ ସମ୍ମାନ ଦେଉଥିଲେ: ଝିଅମାନେ ସବୁବେଳେ ବୟଫ୍ରେଣ୍ଡଙ୍କ ବାପାମା’ଙ୍କୁ ନିଜ ବାପା ମା ଭଳି ସମ୍ମାନ ଦେଇଥାନ୍ତି । ମାତ୍ର ଅଳ୍ପ କେତେକ ପୁଅଙ୍କ ପାଖରେ ଏହି ଗୁଣ ରହିଥିବା ଦେଖିବାକୁ ମିଳେ । ଆପଣ ଯେଉଁ ପୁଅକୁ ଭଲ ପାଉଛନ୍ତି, ସେ ଯଦି ଆପଣଙ୍କ ବାପା ମାଙ୍କୁ ଠିକ୍ ଭାବେ ସମ୍ମାନ ଦେଖାଉଥାନ୍ତି ତେବେ ଜାଣିନେବେ ସେ ଆପଣଙ୍କୁ ପ୍ରକୃତରେ ପ୍ରେମ କରୁଛନ୍ତି ।
ବିଶ୍ୱାସନୀୟ ଥିଲେ : ବିଶ୍ୱାସ ଉପରେ ସମ୍ପର୍କ ନିର୍ଭର କରେ । ଯଦି ବୟଫ୍ରେଣ୍ଡ ଆପଣଙ୍କ ଉପରେ କୌଣସି କଟକଣା ଲଗାଉନାହାନ୍ତି ଏବଂ ସନ୍ଦେହ କରୁନାହାନ୍ତି ତେବେ ଜାଣି ରଖିବେ ସେ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରୁଛନ୍ତି । ଆପଣଙ୍କୁ ମଧ୍ୟ ତାଙ୍କ ବିଶ୍ୱାସକୁ ଅକ୍ଷୁର୍ଣ୍ଣ ରଖିବାକୁ ପଡ଼ିବ ।
ଆପଣଙ୍କ କାମ ସମ୍ପର୍କରେ ଭାବୁଥିଲେ: ଆପଣଙ୍କ ପାର୍ଟନର ଆପଣଙ୍କର ସମ୍ପୂର୍ଣ୍ଣ ଟେନ୍ସନ୍ ନେଉଛନ୍ତି ଏବଂ କାମ ସମ୍ପର୍କରେ ଚିନ୍ତା କରୁଛନ୍ତି ତେବେ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ବୋଲି ଜାଣନ୍ତୁ । ଆପଣ କେଉଁ କ୍ଷେତ୍ରରେ ଉନ୍ନତି କରିବେ ବୋଲି ସେ ବିଷୟରେ ମଧ୍ୟ ସେ ଚିନ୍ତା କରୁଛନ୍ତି । ଆପଣଙ୍କ ପ୍ରେମକୁ ମଧ୍ୟ ସମ୍ମାନ ଦେଉଛନ୍ତି । ତେଣୁ ତାଙ୍କୁ ଜୀବନସାଥୀ ଭାବିବାରେ କୌଣସି ଅସୁବିଧା ନାହିଁ ।
ଆପଣଙ୍କୁ କ୍ଷମା ମାଗୁଥିଲେ: କୌଣସି କାରଣରୁ ଝଗଡା ହେଲେ ଭୁଲ ନଥିଲେ ବି ଆପଣଙ୍କୁ ସରି କହୁଥିବା ବ୍ୟକ୍ତି ଆପଣଙ୍କ ପାଇଁ ଉପଯୁକ୍ତ । କାରଣ କୌଣସି ପରିସ୍ଥିତିରେ ସେ ଆପଣଙ୍କୁ ଛାଡ଼ିବାକୁ ଚାହୁଁନାହାନ୍ତି । ଏଭଳି ବୟଫ୍ରେଣ୍ଡ ସାରା ଜୀବନ ଆପଣଙ୍କ ସହ ବିତାଇବାକୁ ଚାହୁଁଛନ୍ତି ବୋଲି ଜାଣନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ