ମେଡିସିନି ଦୋକାନରୁ ୮ଲକ୍ଷରୁ ଉର୍ଦ୍ଧ ଟଙ୍କା ଚୋରୀ 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ହାଟଡିହି ତହସିଲ ଛକରେ ଥିବା ଗଣପତି ମେଡିକାଲ ଔଷଧ ଦୋକାନରୁ ୮ଲକ୍ଷରୁ ଉର୍ଦ୍ଧ ଟଙ୍କା ଚୋରୀ ଯାଇଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଦୋକାନ ମାଲିକ ନାରାୟଣ ପହି ଗତକାଲି ରାତି ୧୧ଟା ବେଳେ ଦୋକାନ ବନ୍ଦ କରି ଘରକୁ ଯାିଥିଲେ । ଆଜି ସକାଳେ ପାଖ ଦୋକାନୀ ସ୍କାଇ ଲାଇଟ ଭଙ୍ଗା ଯାଇଥିବା ନେଇ ଖବର ଦେବାପରେ ସେ ଆସି ଦୋକାନରୁ ଚୋରୀ ହୋିଥିବା ଜାଣିବାକୁ ପାଇଥିଲେ । ସେ ରଜ ଦିନଠାରୁ ତାଙ୍କ ହିରୋ ସୋରୁମରେ ବିକ୍ରୀ ହୋଇଥିବା ୮ଲକ୍ଷ ଟଙ୍କାକୁ ଦୋକାନର କ୍ୟାସ ଡୟରେ ରଖିଥିବାବେଳେ ଆଉ ଏକ ସ୍ଥାନରେ ତାଙ୍କର ମନିପର୍ସ ଯିକୁ ରଖିଥିଲେ । ଯେଉଁଥିରେ ୨୫ହଜାର ଟଙ୍କା ଥିଲା । ଦୁର୍ବୁତମାନେ ସବୁତକ ଟଙ୍କା ନେଇଯିବା ସହ ଦୋକାନରେ ଲାଗିଥିବା ସିସିଟିଭିର ହାର୍ଡଡିସ୍ ଟିକୁ ମଧ୍ୟ ନେଇ ଯାଇଛନ୍ତି । ଦୋକାନ ବାହାରେ ଦୁଇଟି ବାଉଁଶ, ଗୋଟିଏ ଲୁହା ରଡ ପଡିଥିବା ଦେଖିବାକୁ ମିଳିଛି । ଅଭିଯୋଗ ପାଇବାପରେ ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ