ଓଡିଆ ଭାଷାର ଅବହେଳା ପାଇଁ ପ୍ରସାସନିକ ସ୍ଥାଣୁତା ଦାୟୀ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଓଡିଆ ଭାଷାର ସାର୍ବଜନୀନ ବ୍ୟବହାର ନିମନ୍ତେ ସରକାରୀ ସ୍ତରରେ  ଯେତେ  ଆଇନ ହେଲେ ମଧ୍ୟ ଏହାକୁ କଠୋର ଭାବରେ ଦଣ୍ଡ ବିଧାନ ନକଲାଯାଏଁ ଏବଂ  ଜନ ସାଧାରଣଙ୍କ ବିଶେଷକରି ଉଚ୍ଚଶିକ୍ଷିତବର୍ଗଙ୍କ ଆନ୍ତରିକତା ର ଅଭାବ ଯୋଗୁଁ ଏହାର ବହୁଳ ପ୍ରଚାର ପ୍ରସାର ଓ ବ୍ୟବହାର ବାଧିତ ହେବଛି ବୋଲିଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖାର ଆଲୋଚନା ବୈଠକ ଅବସରରେ କ୍ଷୋଭପ୍ରକାଶ ପାଇଥିଲା। ସ୍ଥାନୀୟ ଉତ୍କଳ ଆଶ୍ରମ ଠାରେ  ସମ୍ମିଳନୀର କାର‌୍ୟ୍ୟକାରିଣୀ ବୈଠକ ସଭାପତି ମନ୍ମଥ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଉପସଭାପତି ଡାକ୍ତର ବୃନ୍ଦାବନ ଚନ୍ଦ୍ର ପାଢୀ ସଂପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଓ ଯୁଗ୍ମସଂପାଦକ ଡାକ୍ତର  ନକୁଳ ସାହୁ ମଂଚାସୀନ ହୋଇ ଉଦ୍ଘାଟନ  କରିଥିଲେ। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ସଂପାଦକ ଶ୍ରୀପଲ୍ଲବ ସଂପାଦକୀୟ ବିବରଣୀ ପାଠକରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ  ଏବଂ ଯେଉଁ କବି ଲେଖକମାନେ ଆଜିର ଇଣ୍ଟେର୍ନେଟଯୁଗରେ ମଧ୍ୟ  ଆମ ଭାଷାରେ ସାହିତ୍ୟ ରଚନା କରି ପୁସ୍ତକ ପ୍ରକାଶନ କରୁଛନ୍ତି  ସେମାନେ ଧନ୍ୟବାଦାର୍ହ ବୋଲି କହିଥିଲେ। ଉପସଭାପତି ଡାକ୍ତର ପାଢୀ ଓଡିଶା ଉପାନ୍ତରେ ଆନ୍ଧ୍ର ସରକାରଙ୍କ ସହାୟତା ବାହାନାରେ ଅନୁପ୍ରବେଶକୁ ଦୃଢ ବିରୋଧକରି ଆମ ରାଜ୍ୟ ସରକାର ଏହାର ତୁରନ୍ତୁ  ପ୍ରତିକାର କରନ୍ତୁ ବୋଲି କହିଥିଲେ।ସଭାପତି ଶ୍ରୀଯୁକ୍ତ ପାଢୀ  ଏହି ଅବସରରେ ମତବ୍ୟକ୍ତ କରିଥାଲେ ଯେ ଆମ ଭାଷାର ବହୁଳ ବ୍ୟବହାରରେ ଅବହେଳା ମୁଖ୍ୟତଃ ସରକାରୀ ପ୍ରସାସନିକ ସ୍ଥାଣୁତା ହିଁ ଦାୟୀ । ଏଥିପାଇଁ ଦୃଢ ପଦକ୍ଷେପର ଆବଶ୍ୟକତା ରହିଛି। ଏହି ଆଲୋଚନା ଅବସରରେ ପ୍ରଫେସର ରଘୁନାଥ ପାଢୀ ଶର୍ମା,ଡ.ରବିନାରାୟଣ ମିଶ୍ର ,ଡାକ୍ତର ଚନ୍ଦ୍ରମଣି ସ୍ବାଇଁ ଡା.ସାଗର ରଂଜନ ପାଠୀ,ଡ.ଶିବପ୍ରସାଦ ମିଶ୍ର ମହମ୍ମଦ  ଆସଲାମ୍ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଅଲୋଚନା ସହ “ପଲାସା ଭୁବନେଶ୍ୱର ଯାତ୍ରୀ ବାହୀ ଡି.ଏମ. ୟୁ ଟ୍ରେନ୍” ଉତ୍କଳ ସମ୍ମିଳନୀ ନାମରେ ନାମରେ ନାମିତ ଏହାର ନାମ ଫଳକ ଲଗାଯଇ ଘୋଷଣା କରାଯାଉ ଏବଂ ଏହାକୁ ପୁରୀକୁ ସଂପ୍ରସାରଣ କରାଯାଉ ବୋଲି ଦୃଢଦାବି କରାଯାଇ ଥୁଲା। ଏହି ବୈଠକରେ କୋଷାଧ୍ୟକ୍ଷ ନରସିଂହ ଣିଗ୍ରଲହୀଙ୍କ ସମେତଅଶୋକ କୁମାର ସାହୂ,କୃଷ୍ଣ ଚନ୍ଦ୍ର ଦାସ,ବିପ୍ରଚରଣ ପାତ୍ର,ନବୀନ କୁମାର ପଟ୍ଟନାୟକ,ସୁବାସଚନ୍ଦ୍ର ପଟ୍ଟନାୟକ,ରାଧାରମଣ ପଟ୍ଟନାୟକ,କାହ୍ନୁ ବାଳକୃଷ୍ଣ ବିହାରୀ ,ଶୁକାନ୍ତ ପାଢୀ,ଶ୍ରୀମତୀ ପଦ୍ମିନୀ ମିଶ୍ର,ସ୍ବର୍ଣପ୍ରଭା ପାଢୀ, ଜ୍ୟୋତ୍ସ୍ନାରାଣୀ ସ୍ବାଇଁ,ସ୍ବର୍ଣମୟୀ ପାଢୀ,ସୁଧାଞ୍ଜଳୀ ମିଶ୍ର,ସରୋଜିନୀ ସାହୁ,ବଳରାମ ସାବତ,କାମରାଜୁ ପାତ୍ର,ଅଭୟେନ୍ଦୁ ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।ଯୁଗ୍ମସଂପାଦକ ଡା.ନକୁଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ