ଓଡିଶା ନାଗରିକ ମଞ୍ଚର ପ୍ରଭାବ : କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ସ୍ମାରକପତ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡିଶା ନାଗରିକ ମହାମଞ୍ଚ, କଳିଙ୍ଗ ପାଇକ ସଂଗଠନ, ପୂଜ୍ୟ ପୂଜା ଅଭିଯାନ ପ୍ରମୁଖ ସଂଯୁକ୍ତ ସଙ୍ଘଠନ ମାନଙ୍କ ପକ୍ଷରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜୀ କିଷାନ ରେଡି ଙ୍କ ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରମ ନୁହେଁ ବୋଲି ଦେଇଥିବା ମନ୍ତବ୍ୟ କୁ ବିରୋଧ କରି ମହାମଞ୍ଚ ଏହି ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମିଳନୀ କରିଥିଲେ I ସଂଯୁକ୍ତ ମଞ୍ଚ ପକ୍ଷରୁ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି,ସଂଗଠନ ର ଶିଶିର ନାୟକ, ଅମରେନ୍ଦ୍ର ମହାପାତ୍ର, ବେଣୁଧର ହରିଚନ୍ଦନ ପ୍ରମୁଖ ପ୍ରମାଣିତ ତଥ୍ୟ ସହିତ ଗଣମାଧ୍ୟମ କୁ ସୂଚନା ଦେଇଥିଲେ I ଏପ୍ରିଲ 16,2017 ରେ ପାଇକ ବଂଶ ଧର ମାନଙ୍କୁ ସଂମାନିତ କରିବା, 2017-28ରେ 200ବର୍ଷ ପୂର୍ତ୍ତି ପାଳନ ସହ 200କୋଟିର ବଜେଟ, ସହିତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଜୁଲାଇ 20,2017 ରେ କହିଥିଲେ ପାଇକ ସଂଗ୍ରାମ 1817ହିଁ ଦେଶର ପ୍ରଥମ ସଂଗ୍ରାମ. ଏହା ସହିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡ଼ିସେମ୍ବର 8,2019ରେ ଐତିହାସିକ ବରୁଣେଇ, ଖୋର୍ଦ୍ଧା ଠାରେ ପାଇକ ସ୍ମରକୀ ର ଶିଳାନ୍ୟାସ କରାଇବା ସହିତ ଭାରତ ସରକାର ଙ୍କ ସିବି ଏସ ଇ ର ଅଷ୍ଟମ ଶ୍ରେଣୀ ଇତିହାସ ବହିର 62 ଓ 63ପୃଷ୍ଟରେ ଲିଖିତ ବିଷୟ ପ୍ରକାଶିତ ହେଇଛି k 2019 ଜାନୁଆରୀ ସଂସ୍କାରଣ. ଏହି ପରିପ୍ରେକ୍ଷୀରେ ବିଜେଡି ସଂସଦୀୟ ଦଳ ପ୍ରତିନିଧି ଏହାକୁ ଆଧାର କେନ୍ଦ୍ର ସଂସ୍କୃତି ରାଜ୍ୟ ମନ୍ତ୍ରୀ ଅର୍ଜୁନ ନେଘୱାଲ ଙ୍କୁ ଭେଟି ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି I ଅମର ପଟନାୟକ, ଡ଼ ଅଚ୍ୟୁତ ସାମନ୍ତ, ଡ଼ ସସ୍ମିତ ପାତ୍ର, ପିନାକୀ ମିଶ୍ର ପ୍ରତିନିଧି ଦଳରେ ସାମିଲ ଥିଲେ I ସଂଯୁକ୍ତ ମହାମଞ୍ଚ ର ପ୍ରଭାବ ପଡିଛି ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଏକ ପ୍ରେସ ଜରିଆରେ ଜଣାଇଛନ୍ତି I


