ଓଡିଶା ମେଡିକାଲ ଲାବୋରେଟରୀ ଟେକନସିଆନ ଆସୋସିଏସନର ଜିଲ୍ଲାସ୍ତରୀୟ ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ମେଡିକାଲ ସଭାଗୃହ ପରିସର ମଧ୍ୟରେ ଓଡିଶା ମେଡିକାଲ ଲାବୋରେଟରୀ ଟେକନସିଆନ ଆସୋସିଏସନର କନ୍ଧମାଳ ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲା ସାଧାରଣ ସମ୍ପାଦକ ବଳରାମ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆସୋସିଏସନ ତରଫରୁ ଲାବୋରେଟରୀ ଟେକନସିଆନ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରି ପୁରସ୍କୃତ କରିବା, ଜିଲ୍ଲାର ସମସ୍ତ ଲାବୋରେଟରୀ ଟେକନସିଆନ ମାନଙ୍କୁ ଲାବୋରେଟରୀ ଟେକନୋଲୋଜିଷ୍ଟ କରିବା, ସ୍କେଲ ଅଫ ପେ ୨୪୦୦ ଗ୍ରେଡ଼ ପେ’ ରୁ ୨୮୦୦ ଗ୍ରେଡ଼ ପେ’ କରିବା, ଜିଲ୍ଲାରେ ଖାଲିଥିବା ପଦବୀ ପୂରଣ କରିବା ଏବଂ ଆପାତଃ କାଳୀନ ଭତ୍ତା ଲାଗୁ କରିବା ଭଳି ବିଭିନ୍ନ ଦାବୀ ଗୁଡିକ ପୂରଣ କରିବା ପାଇଁ ଉପସ୍ଥାପନ କରିଥିଲେ l ଏଥିରେ ଆସୋସିଏସନର ରାଜ୍ୟ ସ୍ତରୀୟ ସମ୍ପାଦକ ପ୍ରଶନ୍ନ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଉପଦେଷ୍ଟା ରମେଶ ଚନ୍ଦ୍ର ପାଣିଗ୍ରାହୀ, ସିନିୟର ଟେକନସିଆନ ଶ୍ରୀମତୀ ପଙ୍କଜିନୀ ପଣ୍ଡା, ଜୟନ୍ତୀ ନାୟକଙ୍କ ସମେତ ଜିଲ୍ଲାର ୨୭ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ଲାବୋରେଟରୀ ଟେକନସିଆନ ମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରି ଦାବୀ ଗୁଡିକ ତୁରନ୍ତ ପୂରଣ କରିବା ପାଇଁ ଜଣାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ