ଓଡିଶା ସ୍କୁଲ କଲେଜ ଶିକ୍ଷକ, କର୍ମଚାରୀ ସମନ୍ଵୟ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ସମସ୍ତ ବର୍ଗ ର ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଅବିକଳ ସପ୍ତମ ବେତନ ପ୍ରଦାନ କରିବା,୨୦୧୮ ର ଗ୍ରାଣ୍ଟ ଇନ ଇଡ଼ ନିୟମ ପ୍ରକାର ରେ ହିନ୍ଦୀ, ସଂକୃତ, ଅଣ ତାଲିମ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ତୁରନ୍ତ ସପ୍ତମ ବେତନ ପ୍ରଦାନ କରାଯାଉ,ଚାକିରୀ ସର୍ତ୍ତାବଳୀ ସମେତ ପୁରୁଣା ପେନସନ ପ୍ରଦାନ କରିବା ସମେତ ଆଠ ଦଫା ଦାବୀ ନେଇ ଓଡିଶା ସ୍କୁଲ କଲେଜ ଶିକ୍ଷକ, କର୍ମଚାରୀ ସମନ୍ୱୟ ସମିତି ତରଫରୁ ବୁଧବାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ସମ୍ବଳିତ ଦାବୀ ପତ୍ର ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ଲିନା କୁମାରୀ ଖେସ ଙ୍କୁ ପ୍ରଦାନ କରାଯାଇଛି l ପ୍ରାରମ୍ଭରେ ସମନ୍ୱୟ ସମିତି ପକ୍ଷରୁ ଶତାଧିକ ଶିକ୍ଷକ ଓ କର୍ମଚାରୀ ମାନେ ବିଭିନ୍ନ ଦାବୀ ନେଇ ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ଛକ ଠାରୁ ଏକ ଶୋଭାଯାତ୍ର ବାହାରି ଛତ୍ରପୁର ସହର ପରିକ୍ରମା କରି ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ଥିଲେ l ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିନିଧି ଦଳ ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ l ଏହି ବିକ୍ଷୋଭ ଓ ଦାବୀ ପତ୍ର ପ୍ରଦାନ ବେଳେ ଓଷ୍ଟl ସମ୍ପାଦକ ବିଜୟ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ଡ଼ଃ ବିଜୟ ଚନ୍ଦ୍ର ମହାରଣା, ଭିକାରୀ ଗୌଡ଼, ମନୋଜ କୁମାର ପଣ୍ଡା, ଏସ. ସଂଜୟ କୁମାର ରେଡ୍ଡୀ, ମନୋଜ କୁମାର ପଣ୍ଡା, ସିମାଞ୍ଚଳ ପଟ୍ଟନାୟକ, ବି. ଶ୍ରୀନିବାସ, ପ୍ରକାଶ ଚନ୍ଦ୍ର ପ୍ରଧାନ, ତ୍ରିପତି ବିଷୋୟୀ, ରାମଚନ୍ଦ୍ର ପଳାଇ, ଅଶୋକ ଦଳାଇ, ପ୍ରକାଶ ପାଣିଗ୍ରାହୀ ଓ ସୁର ପ୍ରସାଦ ଶତପଥି ଙ୍କ ସମେତ ବହୁ ଶିକ୍ଷକ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ