ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ:- ଶୁକ୍ରବାର ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ପାଇଁ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି । ଆଗାମୀ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬ରୁ ୬.୫% ମଧ୍ୟରେ ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଲୋକସଭା ପରେ ରାଜ୍ୟ ସଭାରେ ଏହି ରିପୋର୍ଟ ଉପସ୍ଥାପନ କରାଯିବ। ରିପୋର୍ଟରେ ଦର୍ଶାଯାଇଛି ଯେ, ଆର୍ଥିକ ବର୍ଷରେ ଟିକସ ସଂଗ୍ରହ ହ୍ରାସ ହୋଇପାରେ। ଜିଏସଟିରୁ ସରକାରଙ୍କ ପାଣ୍ଠି ସଂଗ୍ରହ ବଢ଼ିବା ଆଶା ରହିଛି। କିନ୍ତୁ ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଆର୍ଥିକ ସର୍ଭେରେ କୁହାଯାଇଛି ଯେ, ଜିଡିପି ଅଭିବୃଦ୍ଧି ୫% ହାରରେ ବୃଦ୍ଧି ପାଇବ। ବିଶ୍ଵରେ ଭାରତ ଏକ ପ୍ରମୁଖ ଦେଶ ଭାବେ ପରିଗଣିତ ହେଉଛି। ମାନ୍ଦାବସ୍ଥାରୁ ମୁକୁଳିବା ଲାଗି ସରକାରଙ୍କୁ ବିଭିନ୍ନ ପଦକ୍ଷେପ ନେବାକୁ ହେବ। ଅଭିବୃଦ୍ଧିକୁ ବଢ଼ାଇବା ଲାଗି କିଛି ନିୟମ କୋହଳ କରିବାକୁ ହେବ। ବିଶ୍ଵ ଅଭିବୃଦ୍ଧି ଦୁର୍ବଳ ଯୋଗୁ ଭାରତ ବି ପ୍ରଭାବିତ ହେଉଛି। ଆର୍ଥିକ କ୍ଷେତ୍ରରେ ରହିଥିବା ସମସ୍ୟା ଯୋଗୁ ନିବେଶ ପରିମାଣ ହ୍ରାସ ପାଇଛି, ଫଳରେ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି କମିଛି। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ଗୁଣ କରିବାର ଲକ୍ଷ୍ୟ ରହିଛି। ଛୋଟ ଛୋଟ ଉଦ୍ୟୋଗଗୁଡ଼ିକ ପାଇଁ ସରକାର ଋଣ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବେ। ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ ସଡ଼କ ଏବଂ ଜାତୀୟ ରାଜପଥରେ ନିବେଶ ୩ଗଣ ବୃଦ୍ଧି ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ