ଓବିସି ବର୍ଗର ବିଭିନ୍ନ ଦାବି ପୂରଣ ନେଇ ଜାଗ୍ରତ କନ୍ଧମାଳ ପକ୍ଷରୁ ଦାବି ପତ୍ର ପ୍ରଦାନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-ଜାଗ୍ରତ କନ୍ଧମାଳ ପକ୍ଷରୁ ପଛୁଆ ବର୍ଗ ଓବିସି  ସମ୍ପ୍ରଦାୟ ପ୍ରତି କେନ୍ଦ୍ର ରାଜ୍ୟ ସରକାରଙ୍କ  ଅବିଚାରକୁ ନେଇ ୬ ଦଫା ଦାବି ଉପସ୍ଥାପନ କରିବା ପାଇଁ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ମାଦୀକୁନ୍ଦା ଛକ ଠାରୁ ଶାନ୍ତି ପ୍ରତିବାଦ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଛି। ଶୋଭାଯାତ୍ରା ବେଳେ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ନାରାବାଜି କରାଯାଇଥିଲା। ଜାଗ୍ରତ କନ୍ଧମାଳ ସଙ୍ଗଠନର ପ୍ରତିଷ୍ଠାତା ସତ୍ୟନାରାୟଣ ବେହେରା, ସଭାପତି ପ୍ରଶାନ୍ତ ମହାନ୍ତି, ସହସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ଉପଦେଷ୍ଟା ସୁନିଲ ବିଶ୍ଵାଳ, ଖଣ୍ଡାୟତ ସମାଜ ସଭାପତି ବିଭୂତୀ ଭୂଷଣ ଦଳ ପତି, ପରାମର୍ଶଦାତା  ସୋମ ନାଥ ବାଘ୍, ପରାମର୍ଶଦାତା ଖିରଦ କୁମାର ସାହାଣୀ, ପଛୁଆ ବର୍ଗ ସଭାପତି ଅରୁଣ ନାୟକ, ପୂଜାରୀ ଖଣ୍ଡାୟତ ସଭାପତି ସତ୍ୟବାନ୍ ପୂଜାରୀ, ସୁଣ୍ଢି ସମାଜ ଜିଲ୍ଲା ସଭାପତି ଦେବେସ୍ୱର ବେହେରା, ସଙ୍କରାଖୋଲ ସୁଦ ସମାଜ ସଭାପତି ଗୋବିନ୍ଦ ଅମାତ୍ୟ, ବଲସ୍କୁମ୍ପା ସୁଦ ସମାଜ ସଭାପତି ଉଦ୍ଧବ ବିଶୋଇ, ଶ୍ରମିକ ନେତା ଘନ ଶବର, ନାରୀନେତ୍ରୀ ମଞ୍ଜୁଶ୍ରୀ ପ୍ରଧାନ, ମେନକା ଆର୍ଯଲି ପ୍ରମୁଖ ଯୋଗ ଦେଇଥିଲେ।ସଙ୍ଗଠନ ପକ୍ଷରୁ ୬ ଦଫା ଦାବି ପତ୍ର କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ  ଡ.ବୃନ୍ଦା ଡି. ଙ୍କ ଜରିଆରେ ପ୍ରଦାନ କରିଥିଲା। ପଥପ୍ରାନ୍ତ ସଭାରେ ସମସ୍ତେ ନିଜ ନିଜର ଅଭିଭାଷଣ ଦେଇଥିଲେ। ପଛୁଆ ବର୍ଗଙ୍କ ନାର୍ଯ୍ୟ ଦାବି ପୂରଣ ନିମନ୍ତେ ସ୍ଥାନୀୟ ମାଦିକୁଁଦା ଛକ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ପଛୁଆ ବର୍ଗଙ୍କ ଲାଗି ଲୋକସଭା, ବିଧାନସଭା, ତ୍ରିସ୍ତରୀୟ ପଞ୍ଚାୟତରାଜରେ ସ୍ଥାନ ସଂରକ୍ଷଣ,  ପ୍ରତ୍ୟେକ ବ୍ଲକ୍ ଠାରେ ଆବାସିକ ବିଦ୍ୟାଳୟ ସ୍ଥାପନ କରିବା, ଜାତିଭିତ୍ତିକ ଜନଗଣନା କରିଯାଇ ପଛୁଆ ବର୍ଗଙ୍କ ସଂଖ୍ୟା ଅନୁପାତରେ ଶିକ୍ଷା ଏବଂ ନିଯୁକ୍ତିରେ ସ୍ଥାନ ସଂରକ୍ଷଣ କରିବା, ଭୂମିହୀନ ପରିବାକୁ ଚିହ୍ନଟ କରାଯାଇ ସେମାନଙ୍କୁ ୨ ଏକର ଚାଷଜମି, ଘର ଡିହ ଯୋଗାଇ ଦେବା, ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ ବେଳେ ଷ୍ଟାଇପେଣ୍ଡ ବ୍ୟବସ୍ତା, ପଛୁଆବର୍ଗ (ଓବିସି) ବସବାସ କରୁଥିବା ୧୦୦ ପରିବାର ଗ୍ରାମକୁ ଚିହ୍ନଟ କରାଯାଇ ସେହି ଗ୍ରାମକୁ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ତା ସହିତ ପ୍ରାଥମିକ ବିଦ୍ୟାଳୟ,ଅଙ୍ଗନବାଡି,ମିନି ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରିବାକୁ ଦାବି କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ