ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନର ନିର୍ଦ୍ଦେଶିକା ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ସହ ଯଜ୍ଞଶାଳା ଗାଁକୁ ପରିଦର୍ଶନ କରି ଓଡିଏଫ ପ୍ଲସ୍ କାର୍ଯକାରିତା ସମ୍ପର୍କରେ ଆଲୋଚନା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନର (ଗ୍ରାମୀଣ) ନିର୍ଦ୍ଦେଶିକା ଡଃ. ଅନୁପମା ଆଜି ଗଂଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଜିଲ୍ଲାରେ ଓଡିଏଫ ପ୍ଲସ୍ କାର୍ଯ୍ୟକାରିତା ର ମନିଟରିଂ ଓ ପ୍ରୋଗେସ ସମ୍ବନ୍ଧରେ ବୁଲି ଦେଖିଛନ୍ତି । ସ୍ୱଚ୍ଛ ଭାରତ ମିଶନର ନିର୍ଦ୍ଦେଶିକା ଡଃ ଅନୁପମା ପଥମେ ମୋ ସ୍ୱାଭିମା ସ୍ୱଚ୍ଛ ଗଂଜାମ ଆନୁକୂଲ୍ୟରେ ଚମାଖଣ୍ଡି ପାୟତର ସିନ୍ଧିରାପଲ୍ଲୀରେ ନିର୍ମିତ ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ପରିଦର୍ଶନ କରିଥିଲେ । ଶ୍ରୀ ଲକ୍ଷ୍ମୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପାୟତର ଘରକୁ ଘର ବୁଲି ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରୁଛନ୍ତି । ଏହାକୁ ମାଇକ୍ରୋ କମ୍ପୋଷ୍ଟ୍ କେନ୍ଦ୍ରକୁ ନିଆଯାଇ ପୁନଃଚକ୍ରୀକରଣ ପରେ ସାର ପ୍ରସ୍ତୁତ ହେଉଛି । ନିର୍ଦ୍ଦେଶିକା ଡଃ ଅନୁପମା ସ୍ୱୟଂ ସହାୟିକ ଗୋଷ୍ଠୀ , ସ୍ଥାନୀ ୟସରପ ଓ ଅଧିକାରୀଙ୍କ ଆଲୋଚନା କରିଥିଲେ । ପରେ ବାହ୍ୟ ମଳ ମୁକ୍ତ ହୋଇଥିବା ଯଜ୍ଞଶାଳାକୁ ନିର୍ଦ୍ଦେଶିକା ଡଃ ଅନୁପମା ପରିଦର୍ଶନ କରି ଗ୍ରାମର ସ୍ୱଚ୍ଛତା ତଦାରଖ କରିବା ସହିତ ଗ୍ରାମ୍ୟ ଜଳ ଓ ପରିମଳ କମିଟି ସହ ଆଲୋଚନା କରିଥିଲେ । ବାହ୍ୟ ମଳ ମୁକ୍ତ ପୂର୍ବରୁ କେମିତି ଲାଗୁଥିଲା ର୍ବମାନ ବାହ୍ୟ ମଳ ମୁକ୍ତ ହେବା ପରେ କେମିତି ଅନୁଭବ କରୁଛନ୍ତି ଏସମ୍ପର୍କର ଗ୍ରାମର ମହିଳା ମାନଙ୍କ ସହ ସେ ଆଲୋଚନା କରିଥିଲେ । ଓଡିଏଫ ପ୍ଲସ୍ କାର୍ଯ୍ୟକାରିତା ସମ୍ପର୍କରେ ଗ୍ରାମ୍ୟ କମିଟି ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନେ ସ୍ୱଚ୍ଛ ଭାରତ ମିଶନର ନିର୍ଦ୍ଦେଶିକାଙ୍କୁ କହିଥିଲେ । ଏହାପରେ ସେ ଖୁସି ଜାହିର କରିଥିଲେ । ପ୍ରାରମ୍ଭ ତାଙ୍କୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ମାଧ୍ୟମରେ ତାଙ୍କୁ ଗ୍ରାମବାସୀ ପାଛୋଡି ଆଣିଥିଲେ । ଏହାସହିତ ଗ୍ରାମରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶିନ୍ଦେ ଦାତ୍ରୟ ଭାଉସାହେବ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନର ନିର୍ଦ୍ଦଶିକା ଙ୍କୁ ଅବଗତ କରାଇଥିଲେ । ଗ୍ରାମରେ ୨୦୦୭ ଗ୍ରାମ ବିକାଶ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ମଧ୍ୟ କିଛି ମହିଳା କହିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନର (ଗ୍ରାମୀଣ) ନିର୍ଦ୍ଦେଶିକାଙ୍କ ସହ ୟୁନିସେଫର ୪ଜଣିଆ ପ୍ରତିନିଧୀ ଦଳ, ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ରାୟ, ଜଳ ଓ ପରିମଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, କାଳୁ ଚରଣ ପାତ୍ର କନିଷ୍ଠଯନ୍ତ୍ରୀ କାଳୁ ଚରଣ ପାତ୍ର, ଚମାଖଣ୍ଡି ସରପ ସିଏଚ୍ ମନୋଜ କୁମାର ରେଡ୍ଡୀ , ପୂର୍ବତନ ସରପ ସୁସ୍ମିତା ପ୍ରଧାନ, ଛତ୍ରପୁର ବ୍ଲକ ନିର୍ବାହୀ ଯନ୍ତ୍ରୀ ଲଗ୍ନଜିତ୍ ସାହୁ ଓ ଦିଗାମ୍ବର ନାୟକ , କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରା, ପିଇଓ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିମଳ ପରାମର୍ଶଦାତା ରଂଜିତ୍ ପରିଡା ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।


