ଓରାଳି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ କୟାକଳ୍ପ ଯୋଜନା ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଓରାଳି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ କୟାକଳ୍ପ ଯୋଜନାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ଡ଼. ଆସୁଶ୍ରୀ ପଟ୍ଟନାୟକ, ଫାର୍ମାସିଷ୍ଟ ନିର୍ମଳ ଚନ୍ଦ୍ର ସାହୁ, କର୍ମଚାରୀ ନବୀନ ମାଝୀ, ଚିନ୍ତାମଣି ଘଡ଼ାଇ, ସ୍ୱାସ୍ଥ୍ୟକର୍ମୀ ରତିକାନ୍ତ ପଣ୍ଡା, ସତ୍ୟଭାମା ନାୟକ ପ୍ରମୁଖ ଯୋଗଦେଇ ମେଡିକାଲ ପରିସର, ଗ୍ରାମ ଓ ବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟ କରିଥିଲେ l ଏହି ଅବସରରେ ଓରାଳି ସ୍କୁଲରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l କୟାକଳ୍ପ ଯୋଜନାରେ ସ୍ୱାସ୍ଥ୍ୟ କେନ୍ଦ୍ର ର ମାନ ବୃଦ୍ଧି ସହ, ବର୍ଯ୍ୟବସ୍ତୁ ପରିଚାଳନା, ମାଗଣାରେ ଔଷଧ, ସମସ୍ତ ନିଦାନ ପରୀକ୍ଷା ମଧ୍ୟ କରାଯାଉଛି ବୋଲି ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ନିର୍ମଳ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମ କୁ ରାଜେନ୍ଦ୍ର କୁମାର ଜେନା, ସଂଗ୍ରାମ ଜେନା ପ୍ରମୁଖ ସହଯୋଗ କରିଥିଲେ


