ଓରାଳି ହାଇସ୍କୁଲରେ ନବୋଦୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ବୈଠକ 

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଓରାଳି ଠାରେ ହଦଗଡ ଜବାହାର ନବୋଦୟ ବିଦ୍ୟାଳୟ ପକ୍ଷରୁ ବ୍ଲକ ସ୍ତରୀୟ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ପି.ମଣିକଣ୍ଡନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନବୋଦୟ ବିଦ୍ୟାଳୟରେ ପଢ଼ୁଥିବା ହାଟଡିହି ବ୍ଲକର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଯୋଗଦେଇ ବର୍ତ୍ତମାନ କୋଭିଡ-୧୯ ସମୟରେ ସ୍କୁଲ ବନ୍ଦ ଥିବା ଯୋଗୁଁ ଅନଲାଇନ ମାଧ୍ୟମରେ ଚାଲିଥିବା ଶିକ୍ଷାଦାନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସ୍କୁଲ ତରଫରୁ ଅନଲାଇନ ମାଧ୍ୟମରେ ଚାଲୁଥିବା ଶିକ୍ଷାଦାନ ଉନ୍ନତ ମାନର ହେଉଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀ ତାହା ଗ୍ରହଣ କରିପାରୁ ନାହାନ୍ତି । ଅନେକ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ ନଥିବା ଓ ଅନେକ ସ୍ଥାନରେ ନେଟୱର୍କ ପ୍ରୋବ୍ଲେମ ଯୋଗୁଁ ଅଧିକାଶଂ ଛାତ୍ରଛାତ୍ରୀ ଶିକ୍ଷାଲାଭରୁ ବଞ୍ଚିତ ହେଉଥିବା ନେଇ ମତବ୍ୟକ୍ତ କରିବା ସହିତ ତୁରନ୍ତ ସ୍କୁଲ ଖୋଲାଯିବା ସପକ୍ଷରେ ମତବ୍ୟକ୍ତ କରିଥିଲେ । ଚଳିତବର୍ଷ ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷାରେ ପଞ୍ଜିକରଣ ପାଇଁ କିପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ନାମ ପଞ୍ଜିକୃତ କରିବେ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା । ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ମାନେ ଏଥିରେ ସହଯୋଗ କରିବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ଏହି ବୈଠକରେ ନବୋଦୟ ବିଦ୍ୟାଳୟର ସି.ପି ନାୟକ, ମାନସ କୁମାର ସେନାପତି, ବିଦ୍ୟାଧର ବେହେରା, ସି.ଆର.ସି.ସି ପ୍ରଭାକର ବେହେରା, ପୁରାତନ ଛାତ୍ର ଅନନ୍ତ ଦାସ, ସଂଗ୍ରାମ ପଟ୍ଟନାୟକ, ସୁଧାଶୁଂ ଦକ୍ଷିଣରାୟଙ୍କ ସମେତ ବହୁ ଅଭିଭାବକ ମାନେ ଅଂଶ ଗ୍ରହଣ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଶେଷକରି ନବୋଦୟ ବିଦ୍ୟାଳୟର ଅଧକ୍ଷଙ୍କ ଏପରି ପଦକ୍ଷେପକୁ ଅଭିଭାବକ ମହଲରେ ଭୂୟସୀ ପ୍ରସଂଶା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ