ଓଡ଼ିଶା ଦୃଷ୍ଟିବାଧିତ ମହିଳା ଫୁଟବଲ ଦଳର ପୁନେ ଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଇବିଏଫ୍‌ଏଫ୍ ଦ୍ୱାରା ଆୟୋଜିତ ୨ୟ ଜାତୀୟ ଦୃଷ୍ଟିବାଧିତ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ଆମନ୍ତ୍ରଣ କ୍ରମେ ଓଡ଼ିଶା ମହିଳା ଫୁଟବଲ ଦଳ ୨୨ ତାରିଖ ଦିନ କୋଣାର୍କ ଏକ୍ସପ୍ରେସ୍ ଯୋଗେ ପୁନେ ଯାତ୍ରା କରିଛନ୍ତି । ଓଡ଼ିଶା ଗ୍ରୁପ୍ ‘ବି’ରେ ସ୍ଥାନିତ ହୋଇଅଛି । ଗ୍ରୁପ୍ ‘ଏ’ରେ ତାମିଲନାଡୁ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ବିହାର ଥିବା ବେଳେ ଗ୍ରୁପ୍ ‘ବି’ରେ କର୍ଣ୍ଣାଟକ, ଓଡ଼ିଶା, ଗୁଜୁରାଟ ଓ ପଶ୍ଚିମବଙ୍ଗ ଅଛନ୍ତି । ଆସନ୍ତା ୨୪ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପୁନେଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ୨୮ ତାରିଖରେ ଓଡ଼ିଶା ଦଳ ପ୍ରତ୍ୟାବର୍ତ୍ତନ କରିବ । ଓଡ଼ିଶାରୁ ଯାତ୍ରା କରିଥିବା ଏହି ଦୃଷ୍ଟିବାଧିତ ମହିଳା ଫୁଟବଲ ଖେଳାଳିଙ୍କୁ ସାମାଜିକ କର୍ମୀ ମନୋଜ ପ୍ରଧାନ, ସନ୍ତୋଷୀ ଜୈନ, ସୁଶ୍ରୀ ଜୟଶ୍ରୀ ତ୍ରିପାଠୀ, ରାମଚନ୍ଦ୍ର ସାହୁ, ପ୍ରିୟବ୍ରତ ପଣ୍ଡା, ଦୀନେଶ କେଡ଼ିଆ ଦୀନଦୟାଲ କେଡ଼ିଆ, ସୁଶାନ୍ତ ସାହୁ, ପ୍ରମୁଖ ସହଯୋଗର ହାତ ବଢାଇଥିବାର ଜଣାପଡ଼ିଛି ଓଡ଼ିଶା ଦଳର ଖେଳାଳିମାନେ ହେଲେ ସ୍ମୃତିରେଖା ପ୍ରଧାନ, ଝୁନୁ ଦାସ, ପ୍ରିୟଙ୍କା ସ୍ୱାଇଁ, ପଦ୍ମିନୀ ଟୁଡୁ, ସରସ୍ୱତୀ ମୁର୍ମୁ, କର୍ମୀ ହାଁସଦା । ଏମାନେ ସମସ୍ତେ ‘ବି’୧ କାଟାଗୋରୀର ଖେଳାଳି । ଅନ୍ୟମାନଙ୍କ ମଧ୍ୟରେ ଗୋଲକିପର ଶୁଭସ୍ମିତା ରାଣୀ ରାଉତ, ଗୋଲ ଗାଇଡ଼ ତ୍ରିଲୋଚନ ବେହୁରା ଓ କୋଚ୍ ବିଜୟଲକ୍ଷ୍ମୀ ଦେଇ । ଏ.ଏନ୍‌.ଏ.ବି. ଓ ଓଡ଼ିଶା ଫୁଟବଲ ସଂଘର ସାଧାରଣ ସମ୍ପାଦକ ଅଜୟ କୁମାର ସାମଲ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ