କଂଗ୍ରେସରୁ ବିଜୟଙ୍କ ଇସ୍ତଫା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୨୦୨୪ବିଧାନସଭା ନିର୍ବାଚନରେ ୩୦ ହଜାରରୁ ଉର୍ଦ୍ଧ ଭୋଟ ପାଇ ପରାଜିତ ହୋଇଥିବା କଂଗ୍ରେସ ନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଶୁକ୍ରବାର କଂଗ୍ରେସ ଛାଡ଼ିଛନ୍ତି। ଶ୍ରୀ ପଟ୍ଟନାୟକ ନିଜ ଇସ୍ତଫାପତ୍ର ଅଶୂଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ନିଟକକୁ ଇ-ମେଲ୍ ଜରିଆରେ ପଠାଇଛନ୍ତି। ଏନେଇ ଗଜପତି ଜିଲ୍ଲା ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ତରଫରୁ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି. କଂଗ୍ରେସ ହାଇକମାଣ୍ଡ ବିଜୟଙ୍କ ଇସ୍ତଫା ନେଇ ଆବଶକ୍ୟ ପଦକ୍ଷେପ ଗ୍ରହଣ କରିବେ ବୋଲି କଂଗ୍ରେସ ଦଳ ତରଫରୁ କୁହାଯାଇଥିବାବେଳେ ଅନ୍ୟ ଦଳ ମାନେ ଏହାକୁ କଂଗ୍ରେସର ଆଭ୍ୟନ୍ତରଣୀୟ ବ୍ୟାପାର ବୋଲି କହିଛନ୍ତି. ଇସ୍ତଫା ପରେ ସେ ଗଣମାଧ୍ୟମକୁ କହିଛନ୍ତି, ଦଳରେ ମୋର କିଛି ସମ୍ମାନ କି ସ୍ଥାନ ମଧ୍ଯ ନାହିଁ । ଅନ୍ୟ ଦଳକୁ ଯିବାର ନାହିଁ I ଲୋକଙ୍କ ସେବା କରିବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ପଟ୍ଟନାୟକ କହିଛନ୍ତି । ୨୦୨୩ ଫେବୃଆରୀ ୧୦ରେ ଶ୍ରୀ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେଇଥିଲେ। ହାତ ଧରିବାଟ ଧରିବାର ଦେଢ଼ବର୍ଷ ପରେ ବିଜୟ କାହିଁକି ଦଳ ଛାଡ଼ିଲେ ତାକୁ ନେଇ ସାଧାରଣରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଦଳ ପ୍ରତି ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଛନ୍ତି। ଦୁଇଦିନ ତଳେ ଏଆଇସିସି ପକ୍ଷରୁ ଗଠିତ କମିଟିରେ ବିଜୟଙ୍କ ନାମ ନାହିଁ । ଷ୍ଟିଅରିଂ କମିଟିରେ ରହିବା ପାଇଁ ବିଜୟ ଆଶାବାଦୀ ଥିଲେ। ଏନେଇ ପଟ୍ଟନାୟକ କହିଛନ୍ତି, ବିଜେଡି ଶାସନ ସମୟରେ ଅନେକ ପ୍ରସଙ୍ଗ ଉଠାଇଛି। ବିଜେଡିର ପରିଚାଳନା ତ୍ରୁଟି, କୁଶାସନ ଏବଂ ବେଆଇନ କାର୍ଯ୍ୟ ଉପରେ ଉପଯୁକ୍ତ ମାଗରେ ସ୍ୱର ଉତ୍ତୋଳନ କରିଛି । ସରକାର ବଦଳି ଥିବାବେଳେ ତା’ ଉପରେ ଆଉ କିଛି କହିବା ଆବଶ୍ୟକ ନାହିଁ। କଂଗ୍ରେସରେ ଆଉ ମୋର ଆବଶ୍ୟକତା ନାହିଁ ବୋଲି ଅନୁଭବ କରି ଦଳରୁ ଇସ୍ତଫା ଦେଇଛି। ଦଳକୁ ଅଧିକ ସଶକ୍ତ କରିବା ପାଇଁ ଯୁବବର୍ଗଙ୍କୁ ନେତୃତ୍ବ ଦେବା ଉପରେ ପ୍ରାଧାନ୍ୟ ଦେଉଥିଲି; କିନ୍ତୁ କଂଗ୍ରେସ ଗତାନୁଗତିକ ଭାବେ କାର୍ଯ୍ୟ କରୁଛି। କାର୍ଯ୍ୟକ୍ରମ ଶୈଳୀରେ ପରିବର୍ତ୍ତନ ଦେଖୁଲିନାହିଁ । ପରିବର୍ତ୍ତନ ପାଇଁ ଯାହା କିଛି ଆବଶ୍ୟକ ସବୁ ଜଣାଇଥିଲେ ମଧ୍ୟ ଦଳରେ ଗ୍ରହଣୀୟ ହେଲାନାହିଁ। ଓଡ଼ିଶାରେ ଯାହା ଘଟୁଛି ଏଆଇସିସି ଅଧ୍ଯକ୍ଷ ସବୁ ଜାଣିଥିବାରୁ ତାଙ୍କୁ ମୋ ପକ୍ଷରୁ ଆଉ ଅଧିକ ଜଣାଇବା ଆବଶ୍ୟକ ମନେକଲି ନାହିଁ । ଏହି ନିଷ୍ପତ୍ତି ଭାବିଚିନ୍ତି ନେଉଛି, ତେଣୁ କୌଣସି ଦଳରେ ଯୋଗ ଗଦେବା । ର୍ଯ୍ୟକ୍ରମ ନାହିଁ । ସାଧାରଣ ନିର୍ବାଚନ- ୨୦୨୪ରେ କଂଗ୍ରେସ ତାଙ୍କୁ ଗଜପତି ଜିଲା ପାରଳାଖେମୁଣ୍ଡିରୁ ପ୍ରାର୍ଥୀ କରିଥିଲା। ନିର୍ବାଚନ ସମୟରେ ତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ଵ ଦିଆଯାଇଥିଲା। ପରେ ପୁଣି ତାଙ୍କଠାରୁ ଏହି ପଦବୀ କାଢ଼ି ନିଆଯାଇ ବରିଷ୍ଠ ନେତା ଭକ୍ତ ଦାସଙ୍କୁ ପ୍ରଚାର କମିଟି ଅଧ୍ଯକ୍ଷ ଦାୟିତ୍ବ ଦିଆଯାଇଥିଲା । ଅନ୍ୟପକ୍ଷରେ ଶ୍ରୀ ପଟ୍ଟନାୟକ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ପଦରେ ନିଯୁକ୍ତ ହୋଇପାରନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଥିବା ଚର୍ଚ୍ଚା ହେଉଛି।


