କଂଗ୍ରେସ ନେତାଙ୍କୁ କୋରୋନା
ନୂଆଦିଲ୍ଲୀ: ଭାରତରେ କୋରୋନା ତା’ର କାୟା ବଢ଼ାଇ ଚାଲିଥିବା ବେଳେ ଶୁକ୍ରବାର ଜଣେ କଂଗ୍ରେସ ନେତାଙ୍କୁ କୋରୋନା ଭୂତାଣୁ ସଂକ୍ରମଣ କରିଥିବା ଜଣାପଡ଼ିଛି। ଏହି କଂଗ୍ରେସ ନେତା ଜଣକ ହେଲେ ସଞ୍ଜୟ ଝା । ତେବେ ତାଙ୍କଠାରେ କୋରୋନାର କୌଣସି ଲକ୍ଷଣ ବାହାରି ନ ଥିବାରୁ ସେ ହୋମ୍ କ୍ବାରେଣ୍ଟାଇନରେ ରହିଥିବା ନିଜେ ପ୍ରକାଶ କରିଛନ୍ତି। ସେ ୧୦-୧୨ ଦିନ ପାଇଁ କ୍ବାରେଣ୍ଟାଇନରେ ରହିବେ ବୋଲି କହିବା ସହ ସମସ୍ତେ କୋରୋନା ଭୂତାଣୁ ପ୍ରତି ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। କୋରୋନା ଭୂତାଣୁ ଯେ କୌଣସି ଲୋକଙ୍କୁ ବି ହୋଇପାରେ, ତେଣୁ ଏହି ଭୂତାଣୁକୁ କଦାପି ହାଲକା ଭାବେ ନେବା ଉଚିତ ନୁହେଁ ବୋଲି ଏହି କଂଗ୍ରେସ ନେତା ଜଣକ କହିଛନ୍ତି।


