କଜଳା କଂଗ୍ରେସ ଭବନ ପାଖ ଡ୍ରେନନିର୍ମାଣ ଶେଷ କରିବାକୁ ଦାବୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ କଜଳା କଂଗ୍ରେସ ଭବନ ନିକଟରେ ନିର୍ମାଣାଧିନ ଡ୍ରେନ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ କଜଳା ଗ୍ରାମ୍ୟ କମିଟି ପକ୍ଷରୁ ଦାବି କରାଯାଇଛି । ଦୀର୍ଘଦିନଧରି ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଶେଷ ନକରି ଠିକାଦାର ସେଠାରୁ ପଳାଇଯାଇଥିବା ଅଭିଯୋଗ ହୋଇଛି । ଫଳରେ ସେହିରାସ୍ତାରେ ଡ୍ରେନ ନିର୍ମାଣ ପାଇଁ ଖୋଳାଯାଇଥିବା ଗାତରେ ପଡି ଅନେକ ଆହତ ହେଉଥିବା ଅଭିଯୋଗ ହୋଇଛି । ତେଣୁ ଯଥାଶୀଘ୍ର ସେହି ଡ୍ରେନ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ କଜଳା ଗ୍ରାମ୍ୟ କମିଟି ସଭାପତି ରମେଶ ପଣ୍ଡା,ସମ୍ପାଦକ ରାମଚନ୍ଦ୍ର ପଣ୍ଡା,କାର୍ଯ୍ୟକାରୀ କମିଟି ସଭ୍ୟ ଗୋପବନ୍ଧୁ ମହାପାତ୍ର,ଶରତ ଚନ୍ଦ୍ର କର,ନାରାୟଣ କର,ଭାବଗ୍ରାହୀ କର ଓ ନିତ୍ୟାନନ୍ଦ ପଣ୍ଡା ପ୍ରମୁଖ ପୈାରନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ