ଦୁର୍ଘଟଣା ଘଟି ରାସ୍ତାରେ ପଡ଼ିଥିବା ଟ୍ରାକ୍ଟର ଡାଲାରେ ପିଟି ହୋଇ ବାଇକ ଚାଳକ ମୃତ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଘୁ.ଉଦୟଗିରି ବ୍ଲକର  ତଲରୀମାହା ମୁଖ୍ୟ ସଡ଼କ ଭଞ୍ଜପଦରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗୁରୁବାର  ରାତିରେ ସଂପୃକ୍ତ ଅଞ୍ଚଳରେ ଏକ ଟ୍ରାକ୍ଟର ଚକା ଫାଟିଯିବାରୁ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ତେବେ, ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିଲା। ଶୁକ୍ରବାର  ସେଇ ବାଟ ଦେଇ ଏକ ବାଇକ୍‌ ଯାଉଥିବା ବେଳେ ଓଲଟି ପଡ଼ିଥିବା ଟ୍ରାକ୍ଟରରେ ପିଟି ହୋଇ ଯାଇଥିଲା। ଟ୍ରାକ୍ଟର ଡାଲାରେ ବାଇକ୍‌ଟି ପିଟି ହୋଇ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ଡାକପାଲା ଗ୍ରାମର ମୁନା ପ୍ରଧାନ। ଖବର ପାଇ ଟିକାବାଲି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ