କଟକ –ଗୁଣୁପୁର ମେମୋ ପାସେଞ୍ଜର ଟ୍ରେନର ରେଳ ଭଡା ସଂଶୋଧନ ପାଇଁ ଦାବୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କଟକ- ଗୁଣୁପୁର ମେମୋ ପାସେଞ୍ଜର ଟ୍ରେନ ଗତ ତା: ୭/୮/୨୦୨୨ ରିଖ ଠାରୁ ମେମୋ ଏକ୍ସପ୍ରେସ ବଦଳରେ ମେମୋ ପାସେଞ୍ଜର ଟ୍ରେନ ଭାବେଚଳାଚଳ କରିବା ଆରମ୍ଭ କରିଥିଲା ଯାହାକି ଏହି ମେମୋ ଟ୍ରେନପୂର୍ବରୁଏହାପାଲାସା–ଭୁବନେଶ୍ୱର ପାସେଞ୍ଜର ଟ୍ରେନ ଭାବେ ଚଳାଚଳ କରୁଥିଲା ଏବଂ ପରବର୍ତ୍ତୀ ସମୟରେ ବିଭିନନ୍ନ ସଂଗଠନ ପକ୍ଷରୁ ଦୃଢ଼ ଦାବୀ ହେବା ଫଳରେ ଏହି ମେମୋ ଟ୍ରେନକୁ ପଲାସାରୁ କଟକ ପର୍ଯ୍ୟନ୍ତ ଚଳାଚଳ କରୁଥିଲା ।ବର୍ତ୍ତମାନ ଏହି ମେମୋ ପାସେଞ୍ଜର ଟ୍ରେନଟି ଗତ ତା: ୨୦/୭/୨୦୨୨ ରିଖରୁ ପଲାସାରୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇ ଚଳାଚଳ ଆରମ୍ଭ ହୋଇଥିଲା ।ଏହି ମର୍ମରେ ଗୁଣୁପୁର-ପାରଳାଖେମୁଣ୍ଡି ପ୍ରଭୃତି ରେଳ ଷ୍ଟେସନ ଗୁଡ଼ିକ ଯାହାକି ବିଶାଖାପାଟଣା ରେଳ ଡିଭିଜନ ଅଧୀନରେ ରହିଛି ଏହି ସଂପୃକ୍ତ ମେମୋ ଟ୍ରେନ ଯୋଗେ ଯିବା–ଆସିବା କରୁଥିବା ଯାତ୍ରୀ ମାନଙ୍କ ଠାରୁ ପାସେଞ୍ଜର ଭଡା ଟଙ୍କା ଆଦାୟ କରୁଥିବା ବେଳେ କଟକ ଓ ଭୁବନେଶ୍ବର ରେଳ ଷ୍ଟେସନ ଯାହାକି ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅଧୀନରେ ରହିଛି ।ଏହି ରେଳ ଷ୍ଟେସନ ଗୁଡ଼ିକର ଟିକେଟ କାଉଣ୍ଟରରେ ଏହି ମେମୋ ଟ୍ରେନ ଯୋଗେ କଟକ – ଭୁବନେଶ୍ୱରରୁ,ପଲସା ପାରଳାଖେମୁଣ୍ଡି ଓ ଗୁଣୁପୁର ପ୍ରଭୃତି ଗନ୍ତବ୍ୟ ସ୍ଥାନକୁ ଆସିବା ବେଳେ ଯାତ୍ରୀ ମାନଙ୍କ ଠାରୁ ଏକ୍ସପ୍ରେସ ଭଡା ଟଙ୍କା ପ୍ରାୟ ୨ ଗୁଣା ଅଯଥା ଭାବରେ ଆଦାୟ କରାଯାଉଛି ।ସମାନ ଟ୍ରେନକୁ ସମାନ ଭଡା ଟଙ୍କା ଆଦାୟ ନ୍ୟାୟରେ ପୂର୍ବତଟ ରେଳ ବିଭାଗର ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅଯଥା ଭାବେ ଅଧିକ ଭଡା ଟଙ୍କା ଆଦାୟ କରୁଛନ୍ତି । ଏହା କେତେ ଯୁକ୍ତିଯୁକ୍ତ ବୋଲି ସଂପୃକ୍ତ ଡିଭିଜନ ପ୍ରତି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଏହାକୁ ନେଇ ବିଭିନ୍ନ ମହଲରେ ଅତ୍ୟନ୍ତ କ୍ଷୋଭ ପ୍ରକାଶ ପାଇବାରେ ଲାଗିଛି ।ତେଣୁ ପୂର୍ବତଟ ରେଳ ବିଭାଗର ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ସମସ୍ତ ରେଳ ଷ୍ଟେସନ ମାନଙ୍କୁ ଉପଯୁକ୍ତ ନିର୍ଦ୍ଦେଶ-ନାମା ପ୍ରଦାନ କରି ଏହି ମେମୋ ପାସେଞ୍ଜର ଟ୍ରେନ ଯୋଗେ ଯାତାୟାତ କରୁଥିବା ଯାତ୍ରୀ ମାନଙ୍କ ଠାରୁ ଉପଯୁକ୍ତ ଭଡା ଟଙ୍କା ନେବା ପାଇଁ ବିଭିନ୍ନ ସଙ୍ଗଠନ ମାନଙ୍କ ପକ୍ଷରୁ ଦୃଢ଼ ଦାବୀ କରାଯାଇଛି ।ଅନ୍ୟପକ୍ଷରେ ଟ୍ରେନ ବଗି-ଗୁଡ଼ିକ ମଧ୍ୟରେ ଯାତ୍ରୀମାନଙ୍କ ଜାଣିବା ପାଇଁ ନାମାଙ୍କିତ ସୂଚନା ତଥା ଡିସ-ପ୍ଲେ ବୋର୍ଡ ଗୁଡ଼ିକ କେବଳ ଭୁବନେଶ୍ୱର ଠାରୁ ପଲାସା ଏବଂ ପଲାସା ଠାରୁ ଭୁବନେଶ୍ଵର ପର୍ଯ୍ୟନ୍ତ ହିଁ କାର୍ଯ୍ୟକ୍ଷମ ହେଉଛି କିନ୍ତୁ ତା ପରବର୍ତ୍ତୀ ଷ୍ଟେସନ ମାନଙ୍କ ପାଇଁ ଠପ ହୋଇପଡୁଛି ଏହି ମେମୋ ଟ୍ରେନ କଟକ ଠାରୁ ଗୁଣୁପୁର ପର୍ଯ୍ୟନ୍ତ ଯାତାୟାତ କରୁଛି । ତେବେ ଗୁଣୁପୁର ଠାରୁ ପଲାସା ଏବଂ ଭୁବନେଶ୍ଵର ଠାରୁ କଟକ ଯିବା ମଧ୍ୟରେ ଏହା ଡିସ-ପ୍ଲେ ମେସିନ ଆଉ କାମ କରୁନି ,ଯାହା ଫଳରେ ଯାତ୍ରୀମାନେ ପରବର୍ତ୍ତୀ ଷ୍ଟେସନ ସମ୍ପର୍କରେ ଆଗୁଆ ଉପଯୁକ୍ତ ସୂଚନା ପାଇ ପାରୁନାହାଁନ୍ତି ।ତୁରନ୍ତ କଟକ ଠାରୁ ଭୁବନେଶ୍ଵର ଓ ପଲାସା ଠାରୁ ଗୁଣୁପୁର ମଧ୍ୟରେ ସଂପୃକ୍ତ ଟ୍ରେନରେ ଡିସ-ପ୍ଲେ ବୋର୍ଡ କାର୍ଯ୍ୟକ୍ଷମ ବ୍ୟବସ୍ଥା କରିବା ପାଇଁ ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବୀ କରାଯାଇଛିଯେହେତୁ ଏହି କଟକ-ଗୁଣୁପୁର ମେମୋ ଟ୍ରେନ ଟି ପଲାସା ଠାରୁ ଗୁଣୁପୁର ଏବଂ ଗୁଣୁପୁର ଠାରୁ ପଲାସା ବିଳମ୍ବିତ ରାତିରେ ଚଳାଚଳ କରୁଛି । ସେହି ସମୟ ମଧ୍ୟରେ ଯାତ୍ରୀ ମାନଙ୍କ ନିର୍ଭୟ ସୁରକ୍ଷିତ ଯାତାୟାତ ଦୃଷ୍ଟିରୁ ଏହି ଟ୍ରେନରେ ରେଳ ସୁରକ୍ଷା ବଳ (ଆରପିଏଫ – ଷ୍ଟାଫ) ପଲାସା ଠାରୁ ଗୁଣୁପୁର ପର୍ଯ୍ୟନ୍ତ ମୃତୟନ କରାଗଲେ ଯାତ୍ରୀମାନେ ବହୁ ସଂଖ୍ୟାରେ ନିର୍ଭୟରେ ଏବଂ ଅଧିକ ସଂଖ୍ୟାରେ ଯାତାୟତ କରି ପାରନ୍ତେ ଏବଂ ରେଳ ବିଭାଗ ମଧ୍ୟ ଆର୍ଥିକ ଦୃଷ୍ଟିରୁ ଅଧିକ ରାଜସ୍ବ ତଥା ଟିକଟ ବାବଦୀୟ ଟଙ୍କା ଆଦାୟ ହୋଇପାରିବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ