ନୂଆଗଡ ବ୍ଲକ କଂଗ୍ରେସ ପକ୍ଷରୁ ତ୍ୟାଗ ଓ ବଳିଦାନର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପଦଯାତ୍ରା ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦ୍ୟାଗ ଓ ବଳିଦାନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ସ୍ବାଧୀନତାର ଗୌରବ ଯାତ୍ରା କଂଗ୍ରେସ ପକ୍ଷରୁ ପାଳନ କରାଯାଉଛି। ଏହି ଅବସରରେ ଆଜି ପ୍ରଥମ ଦିନରେ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବାବା ସାହେବ ଆମ୍ବେଦ କର କଲେଜ ସମ୍ମୁଖରେ ବ୍ଲକର ଏବଂ ଜିଲ୍ଲାରୁ ବିଭିନ୍ନ ଅଞ୍ଚଳରୁ କଂଗ୍ରେସ କର୍ମୀ ଏକତ୍ରିତ ହୋଇଥିଲେ। ସେଠାରୁ ଏକ ଶୋଭା ଯାତ୍ରାରେ ବାହାରି ଖଜୁରୀ ପଦା,ବଡ଼ପଦା ମୁଖ୍ୟ ରାସ୍ତାଦେଇ ତିତିଶିଂ ଛକ ପର୍ଯ୍ୟନ୍ତ ବିଭିନ୍ନ ନାରାବାଜି ଏବଂ ସ୍ଲୋଗାନ ଦେଇ ପଦଯାତ୍ରା କରିଥିଲେ। ଚଳିତ ମାସ ଅଗଷ୍ଟ ୯ତାରିଖ କ୍ରାନ୍ତି ଦିବସ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ୫ଦିନ ବିଭିନ୍ନ ସ୍ଥାନରେ ଉକ୍ତ ସ୍ବାଧୀନତାର ଗୌରବ ଯାତ୍ରା କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଜଣାପଡ଼ିଛି। ଏହି ପଦଯାତ୍ରାରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, କଂଗ୍ରେସ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଅମିର ଚାନ୍ଦ ନାୟକ, ସ୍ଥାନୀୟ ବିଧାୟକ ପ୍ରତିନିଧି ମୀନ ମଣ୍ଡଳ,ଜିଲ୍ଲା ପୁରୁଷତ୍ତମ ପାଣିଗ୍ରାହୀ, ବିଧାୟକ ପ୍ରତିନିଧି ରା. ଉଦୟଗିରୀ ଗୋପାଳ କୃଷ୍ଣ ଦଳାଇ, ଜିଲ୍ଲା ବିଧାୟକ ପ୍ରତିନିଧି କୁନା ମାଝୀ, ଉପ ସଭାପତି ମାଫିଏଲ ସ୍ୱାଲସିଂ ସମେତ ସ୍ଥାନୀୟ ବରିଷ୍ଟ କର୍ମୀ ସୁନିଲ ସିଂ, ସୁମନ୍ତ କର, ଦାନିଏଲ କର, ମାନସ ପାଣି, ପାନା ରଇତ, ଅନୁଷ ରଇତ, ସଞ୍ଜୀବ ବେବର୍ତ୍ତା ପ୍ରମୁଖ ଏହି ପଦ ଯାତ୍ରାରେ ଉପସ୍ଥିତ ଥିଲେ।


