କଟକ ସହରରୁ ଆଉ ୭୪ ପଜିଟିଭ

ଭୁବନେଶ୍ୱର: କଟକରେ କରୋନା ଏବେ ବେକାକୁ ହୋଇଯାଇଛି । ରବିବାର କଟକ ସହରରେ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୪୬ ଜଣ ସରକାରୀ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୨୮ ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଆଉ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସରକାରୀ କ୍ୱାରେଣ୍ଟାଇନରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୩ କରୋନା ଯୋଦ୍ଧା ଅଛନ୍ତି । ହୋମ କ୍ୱାରେଣ୍ଟାଇନରୁ ମାଳିସାହିରୁ ସର୍ବାଧିକ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମାଣିକ ଘୋଷ ବଜାରରୁ ୧୧, ସିଡିଏରୁ ୩ ଓ ବମ୍ପକୁଦରୁ ଜଣେ ଚିହ୍ନଟ ହୋଇଛନ୍ତି । ପ୍ରକାଶ ଯେ, ଆଜି ଆଉ ୪୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ସହ ରାଜ୍ୟରେ ୯ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ