ବାଇକ ପଛକୁ ପିଟିଲା ବାଇକ : ଦୁଇ ଗୁରୁତର

ଛତ୍ରପୁର, (ଦେବଦତ୍ତ ମହାରଣା) :  ଛତ୍ରପୁର ନିକଟ ଅଗ୍ନିଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଜାତୀୟ ରାଜପଥରେ ଏକ ବାଇକ ପଛକୁ ପିଟିହେଲା ଆଉ ଏକ ବାଇକ । ଫଳରେ ଦୁଇ ଜଣ ବାଇକ ଆରୋହି ଗୁରୁତର ଆହାତ ହୋଇଛନ୍ତି । ଆହାତ ଦ୍ୱୟ ହେଲେ ସୁଶାନ୍ତ ପଲାଇ ଓ ରବିନ୍ଦ୍ରନାଥ ମିସ୍ତ୍ରୀ । ମିଳିଥିବା ସୂଚନା ମୁତାବକ ଓଡି୦୭ ଏଚ ୯୯୩୮ ନମ୍ବର ଏକ ବାଇକ ଯୋଗେ ସୁଶାନ୍ତ ମାଟିଖାଲରୁ ଶତୃଶୋଲ ଯାଉଥିବା ବେଳେ ବ୍ରହ୍ମପୁର ରୁ ବେଗୁନିଆପଡା ଆଉ ଏକ ବାଇକ ଯୋଗେ ଯାଉଥିବା ରବିନ୍ଦ୍ରଙ୍କ ସହ ଧକ୍କା ହୋଇଥିଲା । ଫଳରେ ଉଭୟ ରବିନ୍ଦ୍ର ଓ ସୁଶାନ୍ତ ଜାତୀୟ ରାଜପଥ ପାଶ୍ୱର୍ରେ ଛିଟିକି ପଡିଥିଲେ । ଘଟଣାର ଖବର ପାଇ ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଉଭୟଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ