କଣ୍ଟେନମେଣ୍ଟ୍ ଜୋନରୁ ମୁକ୍ତ ହେଲା ଯାଜପୁରର ଏହି ଅଞ୍ଚଳ
ଯାଜପୁର ,(ୱାଇଏନ୍ଏସ୍): ଯାଜପୁର ଜିଲ୍ଲାର ୫ଟି ବ୍ଳକର ୧୩ଟି ଜୋନରେ କଣ୍ଟେନମେଣ୍ଟ କଟକଣା ମୁକ୍ତ ଘୋଷଣା କଲା ଜିଲା ପ୍ରଶାସନ । ଜିଲ୍ଲାରେ କରୋନା ପିଜେଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ କରାଯାଇଥିବା କେତେକ ଅଞ୍ଚଳକୁ ଆଜି ଜିଲା ପ୍ରଶାସନ ପକ୍ଷରୁ ମୁକ୍ତ କରାଯାଇଛି । ଜିଲ୍ଲାର ଦଶରଥପୁର ବ୍ଲକର ମହାନ୍ତିପାଟଣା, ଡାହାଣଅତା, କଟିକଟା ଅଞ୍ଚଳ ଏବଂ ଯାଜପୁର ବ୍ଲକର ବାସୁଦେବପୁର, ବେହେରାପାଟଣା, ନାଥସାହି ଯୋନ । ସେହିପରି ବରୀ ବ୍ଲକର ତଲକାଇପଡା, ଉଦୟନାଥପୁର,ବାଇଁଶିରିଆ କଣ୍ଟେନମେଣ୍ଟ ଯୋନ । ରସୁଲପୁର ବ୍ଲକର ସଦାନନ୍ଦପୁର, ନଠୁଆବର ଓ ବିଂଝାରପୁର ବ୍ଲକର କଲ୍ୟାଣପୁର ଅଞ୍ଚଳରୁ କଣ୍ଟେନମେଣ୍ଟ ହଟାଇ ନିଆଯାଇଛି । ଏହିସବୁ ଅଞ୍ଚଳରୁ ଆଉ ପିଜେଟିଭ ଚିହ୍ନଟ ନ ହେବା ଦେଖି ଜିଲା ପ୍ରଶାସନ ପକ୍ଷରୁ ଆଜି ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରତିବଂଧକ ହଟାଇବା ଫଳରେ ଏହି ସମସ୍ତ କଣ୍ଟେନମେଣ୍ଟ ଯୋନରେ ରହିଥିବା ୮୮୯୯ଟି ପରିବାର ଏବେ ବାହାରକୁ ଯିବା ଆସିବା କରିପାରିବେ ।


