ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା

ଭୁବନେଶ୍ୱର: ବାତ୍ୟା ‘ଅମ୍ଫନ’ ପରେ ଏବେ ରାଜ୍ୟରେ ତାତିର କମ୍ପନ । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ । ୪୦ ଡିଗ୍ରୀରୁ ଅଧିକ ତାତି ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ଗରମ ହେବ । ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବରଗଡ଼, କଳାହାଣ୍ଡି, ସୁନ୍ଦରଗଡ଼ ଓ ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ପାର ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିଦେ୍ର୍ଧଶକ ଏଚ ଆର ବିଶ୍ୱାସଙ୍କ ପକ୍ଷରୁ ପ୍ରକାଶ ।
ପ୍ରକାଶ ଯେ, ସାମୁଦ୍ରିକ ଝଡ଼ ଅମ୍ଫନ ରାଜ୍ୟରେ ବଢିବାରେ ଲାଗିଛି ତାତି । ଓଡିଶାର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଅନେକ ସ୍ଥାନ ପ୍ରବଳ ଉତ୍ତାପ ସାଙ୍ଗକୁ ଝାଞ୍ଜି ପବନ ଅନୁଭୂତ ହୋଇଛି । ଗତକାଲି ଅର୍ଥାତ ଶୁକ୍ରବାର ରାଜ୍ୟର ୧୧ ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ ହୋଇଥିଲା ।
ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟରେ ଜିଲ୍ଲାମାନଙ୍କରେ ସର୍ବାଧିକ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ରହିଛି ଏବଂ ଏହା ପରେ ଆଉ ଉତ୍ତାପ ବଢିନପାରେ ବୋଲି ପାଣିପାଗ ବିଭାଗ କହିଛି। ସେହିଭଳି ଆଭ୍ୟନ୍ତରୀଣ ଓଡିଶାର କେତେକ ଅଞ୍ଚଳରେ ଏହା ୪୦ ଡିଗ୍ରୀ ସେଲସିୟସ କିମ୍ବା ତା ଠାରୁ ଅଧିକ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ