କନ୍ଧମାଳ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ପାଳିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହାଆଡମ୍ବରରେ କୋଭିଡ୍ ନିୟମକୁ ନଜରରେ ରଖି ପାଳିତ ହୋଇଯାଇଅଛି। ଏହି ଉତ୍ସବରେ ବାଲିଗୁଡା ଉପଜିଲ୍ଲାପାଳ ଡଃ.ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଶଢଙ୍ଗି ଓ ବାଲିଗୁଡା ବ୍ଲକ୍ ଶିକ୍ଷା ଅଧିକାରୀ ଶରତ ମାଝିଙ୍କ ସମେତ ଜିଲାର ୧୨ଟି ବ୍ଲକର ଶିକ୍ଷକ/ଶିକ୍ଷୟତ୍ରୀ ଙ୍କ ସମେତ ସ୍କୁଲ ଛାତ୍ର/ଛାତ୍ରୀ ଯୋଗଦାନ ଦେଇଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକର ସ୍କୁଲ ପିଲାଙ୍କ ମଧ୍ୟରେ ପ୍ରତିଭା ସମ୍ପନ୍ନ ଛାତ୍ର/ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ସଂଗୀତ ନୃତ୍ୟ, ଚିତ୍ରକଳା, ଡିବେଟ୍ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ରାଜ୍ୟସ୍ତରକୁ ମନୋନିତ ହେଇଥିବା ଛାତ୍ର/ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ।


