ଶିଶୁ ପଡିଥିବା ମିଥ୍ୟା ଗୁଜବକୁ ନେଇ ପୋଲିସ ଓ ଅଗ୍ନିଶମ ବାହିନୀ ହିନସ୍ତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହର ଅନ୍ତର୍ଗତ ମହିପାଳର ଏକ ପୋଖରୀରେ ଏକ ଶିଶୁ ପଡିଥିବା ନେଇ କେନ୍ଦ୍ରାପଡା ଟାଉନ ଥାନାକୁ ଏକ ଖବର ମିଳିଥିଲା । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ଦେଖିବାରେ ସେହି ପୋଖରୀରେ କିଛି ଭାସୁଥିବାର ଦୂରକୁ ଦେଖାଯାଇଥିଲା । ପୋଲିସ ଅଗ୍ନିସମ ବାହିନୀକୁ ଖବର ଦେବାରେ ସେମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଭିତରେ ପଶି ଖୋଜାଖୋଜି ଆରମ୍ଭ କରିଥିଲେ । ପୋଖରୀରେ ଭାସୁଥିବା ଏକ ବୁଜୁଳାକୁ ଅଗ୍ନିଶମ ବାହିନୀ କର୍ମଚାରୀ ପାଣିରୁ ଛାଣି ଉପରକୁ ଆଣିବା ପରେ ସେଥିରେ କେବଳ ଛିଣ୍ଡା କପଡା ଛଡା ଆଉ କିଛି ନଥିବା ଦେଖାଯାଇଥିଲା । ଫଳରେ ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସେଠାରୁ ହିନସ୍ତା ହୋଇ ଫେରିଯିବାକୁ ବାଧ୍ୟ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ