କନ୍ଧମାଳ ପୋଲିସକୁ ବାୟା କଲାଣି ଗଞ୍ଜେଇ ଚାଷ ; ଜଙ୍ଗଲ ମଝିରେ ଚାଷ ହେଉଛି ଗଞ୍ଜେଇ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଗଞ୍ଜେଇ ଚାଷ ପାଇଁ ଜଙ୍ଗଲ ମଝିରେ ସୃଷ୍ଟି କରାଯାଉଛି କୃତ୍ରିମ ପୋଖରୀ । ଗଞ୍ଜେଇ ଚାଷ କିଭଳି ଭଲ ହେବ ସେଥିପାଇଁ ସେହି କୃତ୍ରିମ ପୋଖରୀ ପାଣି ଜଳସେଚନ ପାଇଁ ବ୍ୟବହାର କରାଯାଉଛି । ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୂଆପଦର ପଞ୍ଚାୟତର ମତିଙ୍ଗିଆ ଗ୍ରାମରେ ଏଭଳି ଏକ କୃତ୍ରିମ ପୋଖରୀ ଠାବ କରାଯାଉଛି । ଗଞ୍ଜେଇ ଚାଷ ପାଇଁ ଜଙ୍ଗଲ ମଝିରେ ଏକ କୃତ୍ରିମ ପୋଖରୀ ଦେଖି ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୂଆପଦର ପଞ୍ଚାୟତର ମତିଙ୍ଗିଆ ଗ୍ରାମ ନିକଟରେ ଥିବା ପ୍ରାୟ ୧୩୦ ଏକର ଜମିରୁ ଆଜି କଟା ହୋଇଛି ବେଆଇନ ଭାବେ ଲାଗିଥିବା ଗଞ୍ଜେଇ ଗଛ । କାଟିବା ପରେ ତାହାକୁ ସେଠାରେ ହିଁ ନଷ୍ଟ କରି ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ । ଆଜି ସାମିଲ୍ ହୋଇଥିବା ଏସପି ଓ ଅନ୍ୟ ପୁଲିସ୍ ଅଧିକାରୀ ସମେତ ଅବକାରୀ ବିଭାଗର କର୍ମଚାରୀ ମାନେ ଜଙ୍ଗଲ ମଧ୍ୟରେ ଗଞ୍ଜେଇ ଗଛ ଲାଗିଥିବା ଜମିରେ ତିଆରି ହୋଇଥିବା କୃତିମ ପୋଖରୀ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କଟା ଯାଇଥିବା ଗଞ୍ଜେଇ ଗଛଗୁଡ଼ିକ ଧାନଚାଷ ପରି ଶ୍ରୀପଦ୍ଧତିରେ ଚାଷ କରାଯାଇଥିବାର ଦେଖାଯାଇଥିଲା । ଏପରିକି ଜଙ୍ଗଲ ମଧ୍ୟରେ ବହୁ ଖତ ମଧ୍ୟ ମହଜୁଦ୍‌ ରଖାଯାଇ ଗଞ୍ଜେଇ ଚାଷରେ ବ୍ୟବହୃତ କରାଯାଉଥିବାର ଦେଖାଯାଇଥିଲା । ପୁଲିସ୍ ଓ ଅବକାରୀ ବିଭାଗର ମିଳିତ ଚଢାଉ ହୋଇଥିବା ବେଳେ ଏଥିରେ ନିଜେ କନ୍ଧମାଳ ଏସ୍.ପି ଭିନିତ୍ ଅଗ୍ରୱାଲା ସାମିଲ୍ ହୋଇ ନିଜେ ଅନେକ ଗଞ୍ଜେଇ ଗଛ କାଟିଥିଲେ। ଫିରିଙ୍ଗିଆ ଥାନା ଅଞ୍ଚଳରେ ଏହି ତୃତୀୟ ପର୍ଯ୍ୟାୟ ଗଞ୍ଜେଇ ଗଛ କଟା ଅଭିଯାନରେ ଅବକାରୀ ବିଭାଗର ଅଧିକାରୀ ଥାଇଲା ଓରାମଙ୍କ ସହ ଅନ୍ୟାନ୍ୟ କର୍ମଚାରି ଓ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ନଷ୍ଟ କରିଦିଆଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଗଞ୍ଜେଇକଟାକୁ ନେଇ ଫିରିଙ୍ଗିଆ ଥାନାରେ ୯୮ା୨୦ରେ ଏକ ମାମାଲ ମଧ୍ୟ ରୁଜୁ ହୋଇଥିବା ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ